ହୃଦ୍ଘାତରେ ଅବସରପ୍ରାପ୍ତ ଶିକ୍ଷକଙ୍କ ପରଲୋକ
ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ବସନ୍ତିଆ ପଞ୍ଚାୟତ ବାଲିପୁର ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ଫକୀର ଚରଣ ନାୟକ(୭୩)ଙ୍କର ଗୁରବାର ରାତ୍ରରେ ହୃଦ୍ଘାତରେ ପରଲୋକ ଘଟିଛି । ରାତିରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ପ୍ରଥମେ ବନ୍ତ ଓ ପରେ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ୍ୟୁ ଶର୍ଯ୍ୟା ନିକଟରେ ପୁଅ ଅମିୟ, ଅନୁପ, ଅବିନାଶ, ଝିଅ ବୀଣାପାଣି, ପ୍ରତିମା, ନମିତା, ଜ୍ୟୋତିର୍ମୟୀ, ପୁତ୍ର ବଧୁ ପ୍ରିୟଦର୍ଶନୀ, ସଞ୍ଜୁଲତା, ବବିତା ଏବଂ ପତ୍ନୀ ଗୀତାରାଣୀ ଉପସ୍ଥିତ ଥିଲେ । ଖବର ପାଇ ଶାଳକ ତଥା ସାମ୍ବାଦିକ ସଞ୍ଜୟ କୁମାର ମହାପାତ୍ର, ମାର୍କଣ୍ଡ ବେହେରା, ସରପଞ୍ଚ ସତ୍ୟାପ୍ରିୟା ଜେନାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ôଚ ଶେଷଦର୍ଶନ କରିବା ସହ ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ବଡ ପୁଅ ଅଜୟ ମୁଖାଗ୍ନି ଦେଇଥିଲେ । ସେ ଗତ ୨୦୧୧ ମସିହାରେ ପଧାନପଡା ମଇ ବିଦ୍ୟାଳୟରୁ ଅବସର ଗ୍ରହଣ କରିଥିଲେ । ଜୀବନକାଳ ମଧ୍ୟରେ ବନ୍ତ ମହତାବ ମଇ ବିଦ୍ୟାଳୟ ସମେତ ଜିଲାର ବହୁ ବିଦ୍ୟାଳୟରେ ଶିକ୍ଷକତା କରିଥିଲେ । ସେ ଜଣେ କର୍ତ୍ତବ୍ୟନିଷ୍ଠ, ଛାତ୍ରବତ୍ସଳ ଓ ପରୋପକାରୀ ଶିକ୍ଷକ ଥିଲେ । ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।


