ହୃଦ୍ଘାତରେ ଗଜପତି କଲେଜ ଅଧ୍ୟକ୍ଷାଙ୍କ ମୃତ୍ୟୁ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା)-ପାରଳାଖେମୁଣ୍ଡି ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷା ଗାୟତ୍ରୀ ଦେବୀଙ୍କ ଆଜି ହୃଦ୍ଘାତ ଯୋଗୁଁ ଆକସ୍ମିକ ଭାବେ ଦେହାନ୍ତ ଘଟିଛି । ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଭିଡିଓ କନ୍ଫେରାନ୍ସ ଚାଲିଥିବା ବେଳେ ଅଧ୍ୟକ୍ଷା ଗାୟତ୍ରୀ ଦେବୀ ହଠାତ୍ ଅସୁସ୍ଥ ହୋଇ ପଡିଥିଲେ । ତାଙ୍କୁ ତତ୍କ୍ଷଣାତ୍ ପାରଳାଖେମୁଣ୍ଡି ଠାରେ ଥିବା ସରକାରୀ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା ଚାଲିଥିବା ବେଳେ ତାଙ୍କର ମୃତ୍ୟ ଘଟିଥିଲା । ହୃଦ୍ଘାତ ଯୋଗୁଁ ତାଙ୍କ ମୃତ୍ୟୁ ଘଟିଥିବା ଡାକ୍ତର ସୁଚନା ଦେଇଛନ୍ତି । ଅଧ୍ୟକ୍ଷା ଗାୟତ୍ରୀ ଦେବୀଙ୍କ ଆକସ୍ମିକ ଦେହାନ୍ତ ଯୋଗୁଁ ଜିଲ୍ଲା ପ୍ରଶାସନ ଓ ଗଜପତି କଲେଜ,ମହିଳା ମହାବିଦ୍ୟାଳୟ ଓ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନର ପ୍ରଧ୍ୟାପକ,ଅଧ୍ୟାପକ ଓ ବିଭିନ୍ନ କର୍ମଚାରୀମାନଙ୍କ ଠାରେ ଗଭୀର ଶୋକ ପ୍ରକାଶ ପାଇଛି ।


