ହୃଦ୍ଘାତରେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟଙ୍କ ମୃତ
ଛତ୍ରପୁର,(ଓ୍ବାଇଏନ୍ଏସ୍):ମୁମ୍ବାଇ ଠାରେ ଶନିବାର ଓଡିଆ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ମୃତ ଓଡିଆ ଶ୍ରମିକ ଜଣକ ଗଂଜାମ ଜିଲ୍ଲା ଛତ୍ରପୁର ବ୍ଲକ ବଡମାଧପୁର ଗ୍ରାମର ଅଭିମନ୍ୟୁ ସେଠୀ (୪୮) ବୋଲି ଜଣାପଡିଛି । ମିଳିଥିବା ସୂଚନାନୁସାରେ ଅଭିମନ୍ୟୁଙ୍କ ହୃଦ୍ଘାତ ଜନିତ କାରଣରୁ ମୃତ୍ୟୁ ହୋଇଥିବା ଜଣାପଡିଛି । ସେ ମୁମ୍ବାଇ ସ୍ଥିତ ନାରାୟଣ ସିନ୍ଥେତିକ ନାମକ ଏକ ଗାର୍ମେଣ୍ଟ କପଡା କମ୍ପାନୀରେ ସେଲ୍ସ୍ମ୍ୟାନ୍ ଭାବେ କାର୍ଯ୍ୟ କରୁଥିଲେ । ଅଭିମନ୍ୟୁ ୧୯୭୭ ରୁ ୨୦୦୨ ପର୍ଯ୍ୟନ୍ତ ଛତ୍ରପୁର ବ୍ଲକ ୨୧ ନମ୍ବର ଜୋନ୍ର ଜିଲ୍ଲା ପରିଷଦ ସଭ୍ୟ ରହିଥିଲେ । ଆଜି ତାଙ୍କରି ବିୟୋଗରେ ଛତ୍ରପୁର ବ୍ଲକର ଜିଲ୍ଲା ପରିଷଦ ସଭ୍ୟ ଏସ୍.କିଶୋର ଚନ୍ଦ୍ର ରେଡ୍ଡୀ, ବଡମାଧପୁର ସରପଞ୍ଚ ଶରତ ଖୁଣ୍ଟିଆ, ଆଇନଜୀବୀ ସିଏଚ୍.ତ୍ରିଲୋଚନ ରେଡ୍ଡୀ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି । ଏଥିସହ ମୃତ ଅଭିମନ୍ୟୁ ନିର୍ମାଣ ଶ୍ରମିକ ହୋଇଥିବାରୁ ସରକାରଙ୍କ ପକ୍ଷରୁ ମୃତଙ୍କ ପରିବାରକୁ ସମସ୍ତ ସହାୟତା ଯୋଗାଇ ଦେବା ପାଇଁ ଦାବି କରିଛନ୍ତି ।