ହୃଦୟବିଦାରକ ରେଳ ଦୁର୍ଘଟଣା ମନୁଷ୍ୟକୃତ – ମାୟାଧର ନାୟକ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ବାହାନଗା ଠାରେ ଶତାଦ୍ଦୀର ହୃଦୟବିଦାରକ ରେଳ ଦୁର୍ଘଟଣା ମନୁଷ୍ୟକୃତ ବୋଲି ବରିଷ୍ଠ ଶ୍ରମିକନେତା ମାୟାଧର ନାୟକ ପ୍ରେସ୍‍ ଇସ୍ତାହାରରେ କହିଛନ୍ତି । ସେ ଲେଖିଛନ୍ତି – ବର୍ତ୍ତମାନ ରେଳ ଦୁର୍ଘଟଣାରେ ମୃତ ଓ ଆହାତମାନଙ୍କ ଜୀବନକୁ ନେଇ ଖେଳ ଖେଳିବା ଠିକ୍‍ ହେଉନି । ବଞ୍ଚିଯାଇଥିବା ହତଭାଗ୍ୟମାନଙ୍କୁ ଚିକିତ୍ସାକରି ଜୀବନ ବଞ୍ଚାଇବାବେଳେ ଦିଲ୍ଲୀଠୁ ପଲ୍ଲୀ ପର୍ଯ୍ୟନ୍ତ ନେତାମାନଙ୍କ ବୟାନବାଜୀ ଆରମ୍ଭ ହୋଇଯାଇଛି । ସମଗ୍ର ବିଶ୍ୱରୁ ସମବେଦନା ପ୍ରକାଶ ପାଉଥିବାବେଳେ କିଏ ଇସ୍ତଫା ଦେବ – କିଏ ଦାୟୀ – ଦୋଷୀକୁ କଠୋର ଦଣ୍ଡ ଦିଆଯିବ – ଉଚ୍ଚସ୍ତରୀୟ ତଦନ୍ତ ହେବ – ଏସବୁ ପଛ କଥା । ମଣିଷ ଜୀବନ କ’ଣ ଦଶ ପାଞ୍ଚ ଲକ୍ଷ ଟଙ୍କା ମାତ୍ର – ଇଏ ଉପହାସ କାହିଁକି ? ‘କବଚ’ ଲଗାଇବା ପାଇଁ ରେଳବିଭାଗ ଭୂଲିଗଲେକି । ୧୦ବର୍ଷ ହେଲା ଘୋଷଣା କରି ‘କବଚ’ ଲଗାଇବାରେ ଅସୁବିଧା କେଉଁଠି ? ଏହା ରେଳ ବିଭାଗର ଚରମ ଅବହେଳା ନୁହେଁ କି ? ପୂର୍ବରୁ ରେଳ ଦୁର୍ଘଟଣାରେ ରେଳମନ୍ତ୍ରୀ ଥିବା ୧୯୫୬ରେ ଲାଲାବାହାଦୁର ଶାସ୍ତ୍ରୀ, ୧୯୯୯ରେ ନୀତିଶ କୁମାର, ୨୦୦୦ରେ ମମତା ବାନାର୍ଜୀ, ୨୦୧୭ରେ ସୁରେଶ ପ୍ରଭୂ ନୈତିକତା ଦୃଷ୍ଟିକୋଣରୁ ଇସ୍ତଫା ଦେଇଥିଲେ । ଏବେ ପ୍ରଧାନମନ୍ତ୍ରୀ, ରେଳମନ୍ତ୍ରୀ ରେଳ ଦୁର୍ଘଟଣାର ସବୁ ଠିକ୍‍ଠାକ୍‍ କଲାପରେ ଇସ୍ତଫା ଦେଲେ ଚଳିବ ! ବନ୍ଦେ ଭାରତ ରେଳ ଚଳାଚଳ, ନୂଆ ରେଳଷ୍ଟେସନ୍‍ ନିର୍ମାଣରେ କୋଟିକୋଟି ଟଙ୍କା ବ୍ୟୟବରାଦ ପାଣିରେ ପଡିବ କି ? ଏ ଦୁର୍ଘଟଣା ପ୍ରାକୃତିକ ହୋଇଥିଲେ ମୋଦିଜୀ, ବୈଷ୍ଣବଜୀଙ୍କୁ ଦୋଷ ଦେଇନଥାନ୍ତୁ – ଏ ଦୁର୍ଘଟଣା ସଂପୂର୍ଣ୍ଣ ମନୁଷ୍ୟକୃତ । ସରକାର ଓ ରେଳବିଭାଗ ସଂପୂର୍ଣ୍ଣ ଦାୟୀ । ଏଥିପାଇଁ କି ଦଣ୍ଡ କିଏ କାହାକୁ ଦେବବୋଲି ଶ୍ରୀ ନାୟକ ପ୍ରଶ୍ନ ଉତ୍‍ଥାପନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ