ହୃଷିକେଶ ବାଳିକା ବିଦ୍ୟାଳୟର ପ୍ରତିଷ୍ଠାତାଙ୍କ ତୀରୋଧନ
ରାଇରଙ୍ଗପୁର , (ଯୁଗାବ୍ଦ ନ୍ୟୁଜ) : ମୟୁରଭଞ୍ଜ ଜିଲ୍ଲା ବହଳଦାବ୍ଲକ ଅନ୍ତର୍ଗତ ଝରାଡିହିସ୍ଥିତ ବାଳିକା ଉଚ୍ଚବିଦ୍ୟାଳୟର ପ୍ରତିଷ୍ଠାତା ଏବଂ ସମାଜସେବୀ ହୃଷିକେଶ ବାରିକଙ୍କ ବୁଧବାର ପବିତ୍ର ତୁଳସୀ ଦିବସ ଏବଂ କ୍ରିଷ୍ଟମାସ ଦିବସରେ ପରଲୋକ ହୋଇଯାଇଛି । ତାଙ୍କ ମୃତ୍ୟୁର ଖବର ପ୍ରଚାରିତ ହେଲାପରେ ସମଗ୍ର ବହଳଦା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସେ ୧୯୩୦ ମସିହା ଅଗଷ୍ଟ ୩୧ ତାରିଖ ଦିନ କୋଣ ଗ୍ରାମରେ ଜନ୍ମଗ୍ରହଣ କରିଥିବାବେଳେ ୮୯ ବର୍ଷ ବୟସରେ ତାଙ୍କର ସ୍ୱର୍ଗପ୍ରାପ୍ତି ହୋଇଯାଇଛି । ସେ ଜଣେ ଆଜିବନ ଅବିବାହିତ ରହି ସମାଜସେବା କରିଥିଲେ । ୧୮୯୦ ମସିହାରେ ନିଜେ ଜମି ଦାନ କରି ନାରୀ ଶିକ୍ଷାର ବିକାଶ ପାଇଁ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ । ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ , ଶିକ୍ଷକ , ଶିକ୍ଷୟତ୍ରୀଗଣ ତାଙ୍କ ଅନ୍ତି ମ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବାସହ ତାଙ୍କ ଆତ୍ମାର ସଦଗତି ନିମନ୍ତେ ୨ ମିନଟର ନୀରବ ପ୍ରାର୍ଥନା କରିଥିଲେ । ସେଠାରୁ ତାଙ୍କୁ କର୍ମସ୍ଥଳ ବହଳଦାରୋଡ ରେଳଳବାଇ କାର୍ଯ୍ୟାଳୟକୁ ନିଆଯାଇଥିଲା । ଏହି ଶୋଭ।।ତ୍ରାରେ ପ୍ରଧାନ ଶିକ୍ଷକ ରାଜକିଶୋର ମହାନ୍ତି , ଅବସରପ୍ରାପ୍ତ ଶିକ୍ଷୟତ୍ରୀ ରେଖାରାଣୀ ସିଂ , ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ଜୋସାର ସଭାପତି ଚିତ୍ତରଞ୍ଜନ ମଣ୍ଡଳ , ସଂପାଦକ ପ୍ରକାଶ ଚନ୍ଦ୍ର ନାୟକ , ସିଆରପିସି ଆକିଞ୍ଚନ ବାରିକ , ପରମନ୍ଦ ମହାନ୍ତି , ସଚ୍ଚିନ୍ଦ୍ର ଦାସ , ଝରାଡିହି ସରପଞ୍ଚ ମହେନ୍ଦ୍ରଦରଗ୍ଧ ୠଙ୍କଦ୍ଭମଗ୍ଧସର୍ଦ୍ଦାର , ଗୋପାଲ ସିଂଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିଲେ ।