ହେତୁବାଦୀ ସଙ୍ଗଠନ ନାମରେ ସାମୁହିକ ଆମିଷ ଭୋଜନ

ବ୍ରହ୍ମପୁର, (ଯୁଗାବ୍ଦ ନ୍ୟୁଜ):ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଓ ଚନ୍ଦ୍ର ଗ୍ରହଣ ଅବସରରେ ଆଜି ଯେଉଁ ଭଳି ବ୍ରହ୍ମପୁର ଠାରେ କିଛି ନିଦ୍ଧିଷ୍ଟ ରାଜନୈତିକ ଦଳର ନେତୃବୢନ୍ଦଙ୍କ ଉପସ୍ଥିତିରେ ହେତୁବାଦୀ ସଙ୍ଗଠନ ନାମରେ ସାମୁହିକ ଆମିଷ ଭୋଜନ ବ୍ୟବସ୍ଥା କାର୍ଯ୍ୟକ୍ରମ କରି ବ୍ରହ୍ମପୁର ଭଳି ଏକ ଭାଇଚାରା ସହରରେ ସାଂପ୍ରଦାୟିକ ଦଙ୍ଗା ସୃଷ୍ଟି କରିବାକୁ ଚେଷ୍ଟା କରାଗଲା ଏବଂ ନିଦ୍ଧିଷ୍ଟ ଏକ ଜାଗାରେ ଏକତ୍ରିତ କରି ଆଜି ଭଳି ଏକ ପବିତ୍ର ଦିନରେ ସାମୁହିକ ଭାବେ ଆମିଷ ଭୋଜନ ବ୍ୟବସ୍ଥା କରି ସନାତନ ଧର୍ମକୁ ବିଜ୍ଞାନ ନାମରେ ଅପମାନିତ କରିବାକୁ ଚେଷ୍ଟା କରାଗଲା ତାହା ଅତି ନିନ୍ଦନୀୟ । ଏହାକୁ ବିରୋଧ କରି ବିଭିନ୍ନ ହିନ୍ଦୁ ସଙ୍ଗଠନ ଏବଂ ସାଧୁସଂନ୍ଥ ମାନେ ହେତୁବାଦୀଙ୍କ ମୋନମୁଖୀ କାର୍ଯ୍ୟକଳାପକୁ ବିରୋଧ କରୁଥିବା ବେଳେ ଏମାନଙ୍କ ଉପରେ ପୁଲିସ ପକ୍ଷରୁ ମାତ୍ରଧିକ ବଳ ପ୍ରୟୋଗ ସହ ଲାଠି ଚାଳନାକୁ ବିଜେପି ପକ୍ଷରୁ ଦୃଢ ନିନ୍ଦା କରାଯାଇଛି। ଆଜିର ଏହି ଘଟଣା ଗଞ୍ଜାମ ଜିଲ୍ଲାର ସମସ୍ତ ସନାତନଧର୍ମୀଙ୍କୁ ଗଭୀର ଆଘାତ ଦେଇଛି । ଜିଲ୍ଲାରେ ଏହି କାର୍ଯ୍ୟକଳାପକୁ ଷଡଯନ୍ତ୍ର ଥିଲା ଭଳି ମନେ ହେଉଛି। ଆରମ୍ଭରୁ ଏହି ଭଳି କାର୍ଯ୍ୟକ୍ରମକୁ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ନ ଦେବା ଏହି ଘଟଣାକୁ ପ୍ରତିହତ ନକରିବା ଏବେ ସନ୍ଦେହ ସୃଷ୍ଟି ହୋଇଛି । ଆଗାମୀ ଦିନରେ ଏହି ଭଳି ହେତୁବାଦୀ ନାମରେ ହିନ୍ଦୁ ପରମ୍ପରା ଓ ସନାତନ ଧର୍ମ ପ୍ରତି ଅପମାନ ଜନକ କାର୍ଯ୍ୟ କରାଯାଏ କିମ୍ବା ଜିଲ୍ଲା ପ୍ରଶାସନ ଏଥିପ୍ରତି ଅନୁମତି ଦିଅନ୍ତି ତେବେ ଭାରତୀୟ ଜନତା ପାର୍ଟି ଏଥିରେ ଦୃଢ ପ୍ରତିବାଦ କରିବ ବୋଲି ପୂର୍ବତନ ଗଞ୍ଜାମ ଜିଲ୍ଲା ସଭାପତି ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଚ଼ରଣ ପତି ଚେତାବନୀ ଦେଇଛନ୍ତି ବୋଲି ମିଡ଼ିଆ ପ୍ରଭାରୀ ସୁନିଲ କୁମାର ସାହୁ ଏକ ପ୍ରେସ୍ ବିବୢତିରେ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ