ହେନ୍ତାଳ ବୃକ୍ଷ ରେ ମହିଳା ଙ୍କ ରାକ୍ଷୀ ବନ୍ଧନ

ନିମାପଡ଼ା, (ସନ୍ତୋଷ ଦାଶ):ହେନ୍ତାଳ ବଣ ବା ଲୁଣା ଜଙ୍ଗଲ ଉପକୂଳ ଅଞ୍ଚଳ ର ସୁରକ୍ଷା ପ୍ରାଚୀର ଭାବେ ରହିଆସିଛି। ସାମୁଦ୍ରିକ ଝଡ, ବାତ୍ୟା, ସୁନାମୀ ପରି ପ୍ରାକୃତିକ ବିପର୍ଯ୍ୟୟ ରୁ ଉପକୂଳ ବାସୀ ମାନଙ୍କୁ ହେନ୍ତାଳବଣ ପ୍ରାକୃତିକ ଭାବେ ରକ୍ଷା କରି ଆସୁଛି। ସେଥି ପାଇଁ ଦୀର୍ଘ ବର୍ଷ ହେବ ହେନ୍ତାଳ ବଣ ବା ଲୁଣା ଜଙ୍ଗଲ କୁ ସୁରକ୍ଷା ଦେଇ ଆସୁଛନ୍ତି ପୁରୀ ଜିଲ୍ଲା ଅସ୍ତରଙ୍ଗ ଉପକୂଳ ସହନ ଗ୍ରାମ ର ମା ଗଙ୍ଗା ଦେବୀ ବନ ସୁରକ୍ଷା ସମିତି। ମହିଳା ମାନଙ୍କ ଏହି ପ୍ରଂଶସନୀୟ କାର୍ଯ୍ୟ କୁ ସବୁ ମହଲ ରୁ ସ୍ବାଗତ କରାଯାଇ ଆସୁଛି। ବନ ବିଭାଗ ବି ମହିଳା ଗୋଷ୍ଠୀ ଙ୍କୁ ପୁରସ୍କାର ପ୍ରଦାନ କରିଛି।ଚଳିତ ବର୍ଷ ଉକ୍ତ ବନ ସୁରକ୍ଷା ସମିତି ର ଶତାଧିକ ମହିଳା ରକ୍ଷା ବନ୍ଧନ ଉତ୍ସବ ଗାଁ ର ଅଧିଷ୍ଠାତ୍ରୀ ଦେବୀ ମା ଗଙ୍ଗାଦେବୀ ଙ୍କ ନିକଟରେ ପାଳନ କରିଥିଲେ। ମା ଙ୍କ ନିକଟରେ ରାକ୍ଷୀ ପୂଜା କରି ମହିଳା ମାନେ ହେନ୍ତାଳ ବଣ ,ଲୁଣା ଜଙ୍ଗଲ ର ବୃକ୍ଷ ରେ ରାକ୍ଷୀ ବନ୍ଧନ କରିଥିଲେ। ବର୍ଷା ବେହେରା ଙ୍କ ନେତୃତ୍ୱରେ ସହନ ଗ୍ରାମର ଶତାଧିକ ମହିଳା ମାନେ ଏହି କାଯ୍ୟକ୍ରମ ରେ ସାମିଲ ହୋଇଥିଲେ । ଏହି କାଯ୍ୟକ୍ରମ ରେ ପ୍ରମିଳା ବେହେରା, ବେଲ ବେହେରା, ଜିର ବେହେରା, ରେବତୀ ବେହେରା, ଗୀତା ବେହେରା, ଅବଳୀ ବେହେରା ପ୍ରମୁଖ ଯୋଗଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ