ହେପାଟାଇଟ୍‌ସ ମୁକ୍ତ ଭାରତ

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍):ଯକୃତ ବା ଲିଭର ହେଉଛି ମଣିଷ ଶରୀରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ଅମେ ତାହାର ଯତ୍ନ ନେବା ଆବଶ୍ୟକ । ନ ହେଲେ ସେହି ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହେପାଟାଇଟସ୍ ‘ବି’ର ଶିକାର ହୋଇ ମାରାତ୍ମକ କ୍ୟାନ୍‌ସରରେ ପରିଣତ ହେବ ।ପ୍ରତିବର୍ଷ ଜୁଲାଇ ୨୮ ତାରିଖରେ ଯକୃତ ରୋଗ ନିରାକରଣ ଦିବସ ପାଳନ କରାଯାଏ । ଏହାର ସଂଗଠକ ଭାବରେ ୧୧ଟି ମୋଡ଼ିକାଲ କଲେଜ ସହିତ ଓଡ଼ିଶାର ଡ଼ାକ୍ତର ଅଶୋକ ଚୌଧୁରୀ (ସମ୍ପ୍ରତି ନୂଆଦିଲ୍ଲୀର ଆଇଏଲବିଏସ୍‌ର ବିଶେଷଜ୍ଞ), ଡ଼ାକ୍ତର ମନୋରଞ୍ଜନ ବେହେରା (ଯୁଗ୍ମ ସଂଯୋଜକ) ଭାବରେ ଅବସ୍ଥାପିତ ଅଛନ୍ତି ।ବିଶ୍ୱରେ ବାସ କରୁଥିବା ଯକୃତ ଆକ୍ରାନ୍ତ ରୋଗୀମାନଙ୍କ ମଧ୍ୟରୁ ୪୦ ମିଲିୟନ ଭାରତୀୟ ଏହି ରୋଗ ଦ୍ୱାରା ଆକ୍ରାନ୍ତ । ଏହି ରୋଗ ଦିନକୁ ଦିନ ଆଲାରାମ ଘଣ୍ଟା ବାଜିଲା ପରି ବଢିଚାଲିଛି ଓ ପୁରୁଷମାନଙ୍କ କ୍ଷେତ୍ରରେ ଏହା ‘ଚତୁର୍ଥ ସାଧାରଣ ରୋଗ’ ସୂଚିତ ହୋଇଛି । ଏହା ଭୂତାଣୁ ଦ୍ୱାରା ସଂକ୍ରମିତ ହୁଏ ଓ ଯକୃତକୁ ଆକ୍ରମଣ କରି ସ୍ଥାୟୀ ରୋଗ ଭାବରେ ଶରୀରରେ ରୁହେ । ଆହୁରି ମଧ୍ୟ ଅନେକ କ୍ଷେତ୍ରରେ ମାଆ ଠାରୁ ଶିଶୁକୁ ଏହି ରୋଗ ସଂକ୍ରମିତ ହୁଏ । ଏହା ଯେହେତୁ ଭୂତାଣୁ ଜନିତ ରୋଗ ଅନେକାଂଶରେ ଦେଖାଯାଏ ଗୋଟିଏ ଗୋଟିଏ ପରିବାରରେ ପ୍ରାୟତଃ ସମସ୍ତେ ସଂକ୍ରମିତ ହୋଇଥାଆନ୍ତି । ପ୍ରାଥମିକ ଅବସ୍ଥାରୁ ଆମେ ଯଦି ରକ୍ତ ପରୀକ୍ଷା କରିବା ସହିତ ଡ଼ାକ୍ତରୀ ଚିକିତ୍ସା କରିବା, ତାହେଲେ ସମ୍ପୂର୍ଣ୍ଣ ରୂପେ ଏହି ରୋଗ ଆରୋଗ୍ୟ ହୋଇପାରିବ । ଯଦି ଆମେ ଲୋକମାନଙ୍କ ପାଖରେ ସଚେତନତାର ବାର୍ତ୍ତା ପହଞ୍ଚାଇପାରିବା ଏବଂ ଆମେ ନିଜେ ପରିଷ୍କାର ପରିଚ୍ଛନ୍ନ ପୂର୍ବକ ନିୟମିତ ଖାଦ୍ୟପେୟ ଉପରେ ଗୁରୁତ୍ୱ ଦେବା, ତାହେଲେ ଏହା ବହୁ ପରିମାଣରେ ରୋକାଯାଇ ପାରିବ ।ବଡ଼ ସୁଖର କଥା ୧୯୮୨ ମସିହାରୁ ହେପାଟାଇଟସ୍ ‘ବି’ର ପ୍ରତିରୋଧ ନିମନ୍ତେ ଟୀକା ଉପଲବ୍ଧ ହେଲାଣି କିନ୍ତୁ ଏହାର ମୂଳୋତ୍ପାଟନ ପାଇଁ ୨୦୩୦ ମସିହା ସୁଦ୍ଧା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଲକ୍ଷ୍ୟ ରଖିଛି । ଏହା ପ୍ରଥମଥର ପାଇଁ ଆନ୍ତର୍ଜାତିକ ସହଯୋଗରେ ସବୁ ମେଡ଼ିକାଲ କଲେଜର ବିଖ୍ୟାତ ଗବେଷକମାନେ ଏଥିରେ ଯୋଗ ଦେଇଥିଲେ । ଏଥିରେ ୟୁ.ଇ.ଏ, କାନାଡ଼ା, ସିଙ୍ଗାପୁର, ଅଷ୍ଟ୍ରେଲିଆ, ପାକିସ୍ତାନ, ବାଲାଂଦେଶ, ନେପାଳ, ଇଣ୍ଡୋନେସିଆ, ସାଉଦିଆରବ ଇତ୍ୟାଦି ଦେଶମାନଙ୍କର ୧୨୦୦ ଅଧିକାରୀଙ୍କ ସମେତ ଭାରତରୁ ଡ଼ାକ୍ତରମାନେ ଯୋଗ ଦେଇଥିଲେ । ସେମାନଙ୍କ ମଧ୍ୟରୁ ମେଡ଼ିସିନ୍ ବିଭାଗର ଅବସରପ୍ରାପ୍ତ ପ୍ରଫେସର ଡ଼ାକ୍ତର ସିଦ୍ଧାର୍ଥ ଦାସ, ବୁର୍ଲା ଭିମସାର ପ୍ରଫେସର ଡ଼ାକ୍ତର ଲିଟନ କୁମାର ମେହେର ପ୍ରମୁଖ ଯୋଗ ଦେଇଥିଲେ । ଲିଭର ପେସେଣ୍ଟ ଫାଉଣ୍ଡେସନ କର୍ମଶାଳାରେ ଅତିଥି ଭାବରେ ହୋଚିମିନ୍ ସହରର ଡ଼କ୍ଟର ମଦନ ମୋହନ ସେଠୀ ଯୋଗ ଦେଇଥିଲେ ଓ ଭାରତର ଇଞ୍ଜିନିୟର ଉମାକାନ୍ତ ପାଣି ଏବଂ ପ୍ରଶାନ୍ତ ମହାନ୍ତି ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ