ହେବ ନାହିଁ ଜିଲାରେ ରଥଯାତ୍ରା : ଜିଲାପାଳ

ଛତ୍ରପୁର, (ଓ୍ବାଇଏନ୍ଏସ୍) : ଗଞ୍ଜାମ ଜିଲାରେ କରୋନା ସଂକ୍ରମଣ ସଂଖ୍ୟା ଅଧିକ ରହିଛି। ଏହାକୁ ଦୃଷ୍ଟିରେ ରଖି ଜିଲାରେ ଚଳିତ ବର୍ଷ କୌଣସି ସ୍ଥାନରେ ରଥଯାତ୍ରା ନ କରିବାକୁ କୁହାଯାଇଛି l ଏଥିପାଇଁ ସମସ୍ତେ ସଚେତନତା ହେବାକୁ ଜ଼ିଲାପାଳ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି l ରଥଯାତ୍ରାରେ କେହି ସାମିଲ ନ ହେବାକୁ ଜନସାଧାରଣଙ୍କୁ ସେ ଅନୁରୋଧ କରିଛନ୍ତି। ପୂର୍ବରୁ ଜିଲାରେ ତାରାତାରିଣୀ ଯାତ୍ରା ବନ୍ଦ ରହିଥିଲା। ସେତେବେଳେ ଯେମିତି ଜନସାଧାରଣ ସହଯୋଗ କରିଥିଲେ,ସେଭଳି ରଥଯାତ୍ରା ନ କରିବା ନେଇ ସହଯୋଗ କରନ୍ତୁ ବୋଲି ଜ଼ିଲାପାଳ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ