ହେରାପଞ୍ଚମୀ

ହେରା ପଞ୍ଚମୀରେ
ହେରା ଗୋହିରିରେ
ହେଳା ନ କରି ଫେରିଲେ,
ନାଟଗୋବର୍ଦ୍ଧନ
ନନ୍ଦିଘୋଷ ରଥ
ଚକ ଅର ଭାଙ୍ଗିଦେଲେ ।

ଅନାଇଁ ଅନାଇଁ
ଚାରି ଦିନ ହେଲା
ଆଖିରୁ ପାଣି ମରିଲା,
ପଞ୍ଚମ ଦିନରେ
ରାଗ ପଞ୍ଚମରେ
ଜଗା କାହିଁ ନ ଫେରିଲା ।

ବିମଳାଙ୍କୁ କହି
ମୋହ ଚୂର୍ଣ୍ଣ ନେଇ
ଅର ପହି ଚକ ଭାଙ୍ଗି,
ଦେଢଶୂର ଦେଖି
ଓଢଣାକୁ ଢାଙ୍କି
ମୋହ ଚୂର୍ଣ୍ଣ ଦେଲେ ଫିଙ୍ଗି ।

ବଡଘର ବଡ
ଗୁମର କଥା ଏ
ଲାଗିଛି ଦାମ୍ପତ୍ଯ କଳି,
ନଣନ୍ଦ ସୁନ୍ଦରୀ
ମଜା ନେଉ ଥାଏ
ଭାଇଙ୍କ ପଟକୁ ଢଳି ।

ଆଜିର ନୁହଁ ଏ
ଯୁଗ ଯୁଗ କଥା
ଦାମ୍ପତ୍ଯ କଳହ ପ୍ରଥା,
ସେବେ ରହିଥିଲା
ଏବେ ବି ରହିଛି
ଓଡ଼ିଆ ସଂସ୍କୃତି କଥା ।
😌😌❣️😌😌✍️
ଗଦାଧର ସାହୁ,ବ୍ରହ୍ମଗିରି,ପୁରୀ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ