‘ହେଲପିଙ୍ଗ ସୋସାଇଟି’ପକ୍ଷରୁ ରକ୍ତଦାନ ଶିବିର

ବାଲେଶ୍ୱର, (ସରୋଜ ପଣ୍ଡା) :-ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ଅବସରରେ ବାଲେଶ୍ୱରରର ଅନ୍ୟତମ ସ୍ୱେଚ୍ଛାସେବୀ ସଂଗଠନ ‘ହେଲପିଙ୍ଗ ସୋସାଇଟି’ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଜିଲା ରକ୍ତଭଣ୍ଡାର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ନୀଲୁ ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ଶିବିରକୁ ଉଦଘାଟନ କରିଥିଲେ । ଜନନାୟକଙ୍କ ସ୍ମୃତିରେ ହେଲପିଙ୍ଗ ସୋସାଇଟି ଭଳି ଅନୁଷ୍ଠାନଙ୍କ ଏଭଳି ଉଦ୍ୟମ ବେଶ ପ୍ରଶଂସନୀୟ ବୋଲି ସେ କହିଥିଲେ । ଏହା ଦ୍ୱାରା ରକ୍ତର ଅଭାବ ମଧ୍ୟ ପୂରଣ ହୋଇପାରିଛି ବୋଲି ଶ୍ରୀ ମହାପାତ୍ର ମତ ପ୍ରକାଶ କରିଥିଲେ । ଜିଲା ରକ୍ତଭଣ୍ଡାର ଅଧିକାରୀ ଡାକ୍ତର ମହେଶ କୁମାର ବିଶ୍ୱାଳ, ଯୁବନେତା ବିକ୍ରମ ପଣ୍ଡା, ଆଇନଜୀବୀ ମହମ୍ମଦ ସାହିରୁଲ୍ ହକ, ସମାଜସେବୀ ଜନ୍ନତ ହୋସେନ, ଛାତ୍ରନେତା ସୀମନ ଦାସ ମହାପାତ୍ର, ସୁରେଶ ଉପାଧ୍ୟାୟ ପ୍ରମୁଖ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସ୍ୱର୍ଗତ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ସହିତ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ହେଲପିଙ୍ଗ ସୋସାଇଟିର ସଭାପତି ହ୍ରିତିକ ନାୟକଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିରକୁ ସଂଗଠନର ଉପ-ସଭାପତି ଶେଖ ନଜିମ୍‌, ଜୀବନ ସଂଗ୍ରାମ ମିଶ୍ର, ଅରୂପ ସାହୁ, ରଜତ ଘଡ଼େଇ, ସୁମିତ ରଞ୍ଜନ କର, ଦିବ୍ୟରଞ୍ଜନ ଦାସ, ଜ୍ୟୋତିପ୍ରକାଶ ରାଉତ, ସୁଧାଂଶୁ ବାରିକ, ପ୍ରିନ୍ସ ଆରୟାନ, ମୌସୁମୀ ପିରି, ସୋନାଲି ଦାସ, କିରନଜ୍ୟୋତି ମଣ୍ଡଳ, ଆଶିଷ ଆଶ୍ ଓ ଅବନୀ ଶଙ୍କର ଦାସ ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ