ହେଲମେଟ୍ ନିୟମ ଓ କାର୍ଯ୍ୟକାରିତା ଉପରେ ଗଞ୍ଜାମ ପୁଲିସର ସ୍ୱତନ୍ତ୍ର ଡ୍ରାଇଭ, ୨୪୮ ଲାଇସେନ୍ସ ନିଳମ୍ବନ ପାଇଁ ସୁପାରିଶ ଓ ୮୪ ଜଣଙ୍କୁ କୋର୍ଟ ଚାଲଣ

ଛତ୍ରପୁର,(ଦେବଦତ୍ତ ମହାରଣା): ହେଲମେଟ୍ ନିୟମ ଓ ନିୟମର କାର୍ଯ୍ୟକାରିତା ଉପରେ ଗଞ୍ଜାମ ପୁଲିସ ପକ୍ଷରୁ ବିଭିନ୍ନ ଥାନା ଅଧୀନରେ ସ୍ୱତନ୍ତ୍ର ଡ୍ରାଇଭ ହୋଇଛି । ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ବ୍ରିଜେଶ୍ କୁମାର ରାଏଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଡିସେମ୍ବର ୧ରୁ ୮ତାରିଖ ମଧ୍ୟରେ ଗଞ୍ଜାମ ପୁଲିସ ଜିଲ୍ଲାର ସମସ୍ତ ଥାନା ପକ୍ଷରୁ ଚଢଉ କରି ୨୫୭୯ ଜଣ ଉଲ୍ଲଂଘନକାରୀଙ୍କ ଠାରୁ ୧୨ ଲକ୍ଷ ୧୩ ହଜାର ୯୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି । ଏଥିସହ ୨୪୮ ଜଣଙ୍କ ଡ୍ରାଇଭିଂ ଲାଇସେନ୍ସ ନିଳମ୍ବନ ପାଇଁ ସୁପାରିଶ କରାଯାଇଥିବା ବେଳେ ୮୪ଜଣଙ୍କୁ କୋର୍ଟ ଚାଲଣ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ