ହେଲମେଟ୍ ପିନ୍ଧି ନ ଥିଲେ ବସ୍ ଡ୍ରାଇଭର; ଗଣିବେ ଜରିମାନା !

ନୋଏଡ଼ା: ନୂତନ ସଂଶୋଧିତ ମୋଟର ଯାନ ଆଇନ୍ ଲାଗୁ ହେବା ପରେ ସାରା ଦେଶରେ ଜୋରଦାର ଧରପଗଡ଼ ଚାଲିଛି । ତେବେ ଏହି ଆଇନ ଲାଗୁ ହେବା ପରେ ଜରିମାନା ମାମଲା ବେଶ୍ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । କେଉଁଠି ଗାଡ଼ି ଚାଳକଙ୍କଠାରୁ ହଜାର ହଜାର ଟଙ୍କା ଜରିମାନା କଟା ଯାଉଛି, ତ କେଉଁଠି ଟ୍ରକ୍ ମାଲିକଙ୍କୁ ଲକ୍ଷେ ଟଙ୍କା ଜରିମାନା ଦେବାକୁ ପଡୁଛି । ଏପରି ଏକ ଘଟଣା ନୋଏଡାରେ ଦେଖିବାକୁ ମିଳିଛି । ଜଣେ ବସ୍ ଡ୍ରାଇଭର ଗାଡ଼ି ଚଳାଇବା ସମୟରେ ହେଲମେଟ୍ ନପିନ୍ଧିବାରୁ ପରିବହନ ବିଭାଗ ୫୦୦ ଟଙ୍କା ଜାରିମାନା କରିଛି । ଗତ ୧୧ ସେପ୍ଟେମ୍ବରରେ ଅନଲାଇନରେ ଏହି ଜରିମାନା କଟା ଯାଇଥିବା ବେଳେ ଗତକାଲି ଘଟଣା ସମ୍ପର୍କରେ ଜଣାପଡ଼ିଥିଲା ।
ବସ୍ ଚଳାଇବା ବେଳେ ହେଲମେଟ୍ ପିନ୍ଧି ନ ଥିବାରୁ ୫୦୦ ଟଙ୍କା ଜରିମାନା କରାଯାଇଛି ବୋଲି ନୋଏଡାର ଘରୋଇ ବସ୍ ମାଲିକ ସଂଘ କହିଛି । ଏନେଇ ବସ୍ ମାଲିକ ସଂଘ ସଭାପତି ନିରାକର ସିଂହ କହିଛନ୍ତି,“ପରିବହନ ବିଭାଗର ଏପରି କାମକୁ ନେଇ ସାଧାରଣରେ ପ୍ରଶ୍ନ ଉଠୁଛି । ଏଥିସହ ପ୍ରତିଦିନ ଗାଡ଼ି ଚାଳକଙ୍କ ଉପରେ ଲାଗୁ ହେଉଥିବା ଜରିମାନାର ସତ୍ୟତାକୁ ନେଇ ଲାକଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହେଉଛି । ଯଦି ଆବଶ୍ୟକ ହୁଏ ଏହି ଘଟଣା ସମ୍ପର୍କରେ କୋର୍ଟକୁ ଯିବି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ