ହେଲମେଟ ନପିନ୍ଧିଲେ ଚଳିବ

ଅହମ୍ମଦାବାଦ ; ୨୦୧୯ ନୂତନ ମୋଟର ଯାନ ଆଇନ କୁ କଡାକଡି ଭାବେ ଲାଗୁ କରାଯାଇଛି । ଏହି ମୋଟର ଯାନ ଆଇନ ନିୟମ ଭଙ୍ଗ କରୁଥିବା ଗାଡି ଚାଳକଙ୍କ ଠାରୁ ମୋଟା ଅଙ୍କର ଜୋରିମାନା ଆଦାୟ କରାଯାଉଛି । ବିନା ହେଲମେଟ୍‌ରେ ଗାଡି ଚଳାଉଥିବା ଚାଳକଙ୍କ ଠାରୁ ମୋଟା ଅଙ୍କର ଜୋରିମାନା ଆଦାୟ କରାଯାଉଥିବା ବେଳେ ଗୁଜୁରାଟ ସରକାର କିନ୍ତୁୁ ହେଲମେଟ୍ ପିନ୍ଧିଲେ ଚଳିବ ,ନ ପିନ୍ଧିଲେ ବି ଚଳିବ ବୋଲି ଘୋଷଣା କରିଛନ୍ତି ।ଗୁଜୁରାଟ ସରକାର ଗତ ସେପ୍ଟେମ୍ବର ମାସରେ ଫାଇନ ର ଜୋରିମାନା କମ କରିଥିବା ବେଳେ ହେଲମେଟ୍ ନପିନ୍ଧବା କି ପିନ୍ଧିବା ଚାଳକ ଙ୍କ ଉପରେ ନିର୍ଭର କରେ ବୋଲି ଗୁଜୁରାଟ ସରକାର ନିଷ୍ପତ୍ତି ନେଇଛନ୍ତି । ଗୁଜୁରାଟ ସରକାରଙ୍କ ପରିବହନ ମନ୍ତ୍ରୀ ଆର.ସି ଫାଇଦୁ ଆଜି ଏହି ସୂଚନା ଦେଇଛନ୍ତି । କିନ୍ତୁ ରାଜ୍ୟରାଜପଥ ,ଜାତୀୟ ରାଜପଥ, ପଂଚାୟତ ରାସ୍ତା ,ମୁନିସିପାଲିଟି ସୀମା ବାହାରେ ପୂର୍ବଭଳି ହେଲମେଟ୍ ପିନ୍ଧିବା ବାଧ୍ୟତା ମୁଳକ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ