ହେଲିକପ୍ଟରରୁ ଟାର୍ଗେଟ କରାଯାଉଥିବା ମିସାଇଲ ହେଲିନାର ସଫଳ ପରୀକ୍ଷଣ
ଚାନ୍ଦିପୁର: ଭାରତ ଶୁକ୍ରବାର ନିଜର ସବୁଠାରୁ ଅତ୍ୟାଧୁନିକ ଆଣ୍ଟି ଟ୍ୟାଙ୍କ ମିସାଇଲ ହେଲିନାକୁ ଓଡିଶାର ଚାନ୍ଦିପୁର ସ୍ଥିତି ସମନ୍ୱିତ କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରରୁ ପରକ୍ଷୀଣ କରାଯାଇଛି । ଏହି ଅତ୍ୟାଧୁନିକ ମିସାଇଲ 7-8 କିମି ପର୍ଯ୍ୟନ୍ତ ଲକ୍ଷ୍ୟ ଭେଦ କରି ପାରିବ । ହେଲିନା ଆଣ୍ଟି ଟ୍ୟାଙ୍କ ମିସାଇଲ ନାଗ କ ହେଲିକପ୍ଟର ଟାର୍ଗେଟ କରାଯାଇଥିବା ପ୍ରକାର ।
ପ୍ରତିରକ୍ଷା ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ବାଲେଶ୍ୱର ଜିଲ୍ଲାର ଚାନ୍ଦୀପୁର ସ୍ଥିତି ପରୀକ୍ଷଣ କେନ୍ଦ୍ରରୁ ଦିନ 12ଟା55 ମିନିଟରେ ହେଲିନାର ସଫଲ ପରିକ୍ଷଣ କରାଯାଇଛି । ମିସାଇଲ ସଫଳତାପୂର୍ବକୁ ଏହି ଲକ୍ଷ୍ୟ ଭେଦ କରିଥିଲା ।
ଡିଆରଡିଓ ଏହି ମିସାଇସକୁ ବିକଶିତ କରିଛି ଏବଂ ଏହା ଦୁନିଆର ସବୁଠାରୁ ଅତ୍ୟାଧୁନିକ ଏଣ୍ଟି ଟ୍ୟାଙ୍କ ହତିଆର । ଏହି ମିସାଇଲ ଇନଫ୍ରାରେଡ ଇମେଜିଙ୍ଗ ସୀକର(ଆଇଆଇଆର)ରୁ ଦିଶୀନିର୍ଦେଶିତ ହୋଇଥାଏ ।
ସୂଚନାଯୋଗ୍ୟ ଯେ 13 ଜୁଲାଇ 2015 ରେ ରାଜସ୍ଥାନର ଜୈସଲମେର ସ୍ଥିତ ଏକ ପାଇରିଙ୍ଗ ରେଞ୍ଜରୁ ହେଲିନାର 3 ସ୍ତରୀୟ ପରୀକ୍ଷଣ କରାଯାଇଥିଲା ।