ହେଲିକପ୍ଟର ଦୁର୍ଘଟଣା : କିମ୍ବଦନ୍ତୀ ବାସ୍କେଟ୍ବଲ ଖେଳାଳି ବ୍ରାଏଣ୍ଟ୍ ମୃତ
କାର୍ଲିଫୋର୍ଣ୍ଣିଆ : ଆମେରିକାର କିମ୍ବଦନ୍ତୀ ବାସ୍କେଟ ବଲ ଖେଳାଳି ବ୍ରାଏଣ୍ଟଙ୍କର ଏକ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ହୋଇଛି । କାର୍ଲିଫୋର୍ଣ୍ଣିଆର କେଲାବେସସରେ ହୋଇଥିବା ହେଲିକପ୍ଟର ଦୁର୍ଘଟଣାରେ ମୋଟ ୯ ଜଣଙ୍କର ମୃତ୍ୟୁ ଘଟିଛି ବୋଲି ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି । ସୂଚନା ଅନୁସାରେ ଘଟଣା ଲସ ଏଞ୍ଜେଲେସରୁ ପାଖାପାଖି ୬୫ କିଲୋମିଟର ଦୂରରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ୪୧ ବର୍ଷୀୟ କୋବିଙ୍କ ସହିତ ଏହି ହେଲିକପ୍ଟରରେ ତାଙ୍କର ୧୩ ବର୍ଷୀୟା ଝିଅ ମଧ୍ୟ ରହିଥିଲେ । ତେବେ ହେଲିକପ୍ଟରରେ ନିଆଁ କେମିତି ଲାଗିଲା, ତାହା ସ୍ପଷ୍ଟ ହୋଇପାରିନାହିଁ । ଅଧିକାରୀମାନେ ଦୁର୍ଘଟଣାର ତଦନ୍ତ କରୁଛନ୍ତି । ଦୁର୍ଘଟଣାର ଶିକାର ହୋଇଥିବା ଅନ୍ୟ ଲୋକଙ୍କ ପରିଚୟ ମିଳିପାରି ନାହିଁ । ବ୍ରାଏଣ୍ଟ ୨୦ ବର୍ଷର କ୍ୟାରିଅର୍ ଭିତରେ ଅନେକ ରେକର୍ଡ କରିଛନ୍ତି । ବ୍ରାଏଣ୍ଟ ନ୍ୟାସନାଲ୍ ବାସ୍କେଟବଲ୍ ଆସୋସିଏନ୍ ତରଫରୁ ବାସ୍କେଟବଲ ଖେଳି ୫ ଥର ଚାମ୍ପିଆନ ହୋଇଛନ୍ତି । ୨୦୧୨ ଅଲମ୍ପିକ୍ରେ ୟୁଏସ୍ଏ ଦଳକୁ ସ୍ବର୍ଣ୍ଣପଦକ ଦେଇଥିଲେ ।


