ହୈବତୁଲ୍ଲା ଅଖୁନ୍ଦଜାଦା ତାଲିବାନ ଶାସିତ ଆଫଗାନିସ୍ତାନ ସରକାରର ମୁଖ୍ୟ ହେବେ

କାବୁଲ୍‌: ହୈବତୁଲ୍ଲା ଅଖୁନ୍ଦଜାଦା ତାଲିବାନ ଶାସିତ ଆଫଗାନିସ୍ତାନ ସରକାରର ମୁଖ୍ୟ ହେବେ ବୋଲି ତାଲିବାନ୍ ସୂଚନା ଦେଇଛି। ‘ତାଲିବାନ୍‌ କଲ୍‌ଚୁରାଲ୍‌ କମିସନ୍‌’ର ଅନ୍ୟତମ ସଦସ୍ୟ ଅନାମୁଲ୍ଲା ସମନଗନି ସୂଚନା ଦେଇଛନ୍ତି, ତାଲିବାନ୍‌ ନେତା ମୁଲ୍ଲା ହୈବତୁଲ୍ଲା ଅଖୁନ୍ଦଜାଦା ନୂତନ ସରକାରର ମୁଖ୍ୟ ହେବେ। ସେ ଆହୁରି ମଧ୍ୟ କହିଛନ୍ତି, ଘୋଷଣା କରାଯିବାକୁ ଥିବା ଇସ୍‌ଲାମୀୟ ସରକାର ହେବ ଜନତାଙ୍କ ପାଇଁ ଗୋଟାଏ ଆଦର୍ଶ ସରକାର। ଉକ୍ତ ସରକାରରେ ‘ବିଶ୍ବସ୍ତ କମାଣ୍ଡର୍‌’ଙ୍କ (ଅଖୁନ୍ଦଜାଦା) ଉପସ୍ଥିତି ସମ୍ବନ୍ଧରେ ସନ୍ଦେହ ନାହିଁ। ସେ ହେବେ ସରକାରର ନେତା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ