ହେ କଳାଠାକୁର
ଶ୍ରୀରଙ୍ଗା ପୟର ତୋର
ମୋ ଅଙ୍ଗରେ ଲାଗୁ
ଥରକୁ ଥର,
ହେ କଳାଠାକୁର
ବାରେ ଏତିକି ସୁଦୟା କର
ହେ କଳାଠାକୁର ।
ତୁମ୍ଭ ଅଙ୍ଗର ମହକ
ମୋ ଅଙ୍ଗେ ମହକୁ
ଜୀବନ ଜାକ,
ହେ କଳାଠାକୁର
ଅଙ୍ଗେ ଭରିଯିବ ସର୍ବ ସୁଖ
ହେ କଳାଠାକୁର ।
ତୋ ଅଙ୍ଗେ ଗୀତଗୋବିନ୍ଦ
ମୋ ଅଙ୍ଗେ ଭରିଦେ
ସେ ଗୀତ ଛନ୍ଦ,
ହେ କଳାଗୋବିନ୍ଦ
ଗାଇ ନାଚିବି ହୋଇ ଆନନ୍ଦ
ହେ କଳାଗୋବିନ୍ଦ ।
ତୋ ଅଙ୍ଗ ତ୍ରିପଣ୍ଡ କଳା
ମୋ ଅଙ୍ଗେ ବୋଳିଦେ
ତୋ ଅଙ୍ଗ କଳା,
ହେ କଳାଗୋବିନ୍ଦ
କଳା ବୋଳି ଦେଖିବି ତୋ ଲୀଳା
ହେ କଳାଗୋବିନ୍ଦ ।
ତୋ ଅଙ୍ଗ ଦୟଣାମାଳ
ବାସିହେଲେ ପଡୁ
ମୋ ମଥା ଚୂଳ,
ହେ କଳାଗୋବିନ୍ଦ
ମଥା ପରେ ପଡୁ କାଳ କାଳ
ହେ କଳାଗୋବିନ୍ଦ ।
ତୁମ୍ଭ ସଙ୍ଗେ ସଙ୍ଗ କର
ଅଙ୍ଗ ସେବା କର
ମୋ ଅଧିକାର,
ହେ କଳାଠାକୁର
ବାରେ ଏତିକି ମାଗୁଣି ମୋର
ହେ କଳାଠାକୁର ।
ଗଦାଧର ସାହୁ,ବ୍ରହ୍ମଗିରି,ପୁରୀ