ହୋଟେଲରେ ଚଢାଉ : ୨ ଲକ୍ଷ ଜବତ

ମାଲକାନଗିରି ଜିଲ୍ଲା ସଦର ମହକୁମା ସ୍ଥିତ ଏକ ହୋଟେଲରେ ପୋଲିସ ସୋମବାର ଚଢାଉ କରି ୨ ଲକ୍ଷ ଟଙ୍କା ପୋଲିସ ଜବତ କରିଛି । ସୂଚନା ଅନୁଯାୟୀ ଗୋଲଡେନ ଭିୟୁ ହୋଟେଲରେ ୨୦୭ ନଂ ରୁମରେ ଅବୈଧ ଟଙ୍କା ରଖାଯାଇଥିବା ପୋଲିସ ଖବର ପାଇଥିଲା । ଏହି ଖବର ପରେ ମାଲକାନଗିରିର ଏକ ସ୍ୱତନ୍ତ୍ର ପୋଲିସ ଟିମ୍ ଚଢାଉ କରି ୨ ଲକ୍ଷ ଟଙ୍କା ଜବତ କରିବା ସହ ରୁମରେ ଥିବା ଏକ ସୁସୁନ୍ତ ପଣ୍ଡା ନାମକ ଏକ ଯୁବକକୁ ଗିରଫ କରିଛି । ଏହି ହୋଟେଲରେ ରାଜନେତା ମାନେ ହୋଟେଲରେ ଡେରା ପକାଇବା ସହ ଟଙ୍କା ବାଣ୍ଟିଥିବାର ଥାନାରେ ଅଭିଯୋଗ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ