ହୋଟେଲରେ ମାଙ୍କଡ଼ ୱେଟର୍
କୌଣସି ଷ୍ଟାର ହୋଟେଲ କିମ୍ବା ରେଷ୍ଟୁରାଣ୍ଟରେ ମୁଖ୍ୟ ଆକର୍ଷଣ ହେଉଛନ୍ତି ୱେଟର । ଗ୍ରାହକଙ୍କୁ ଖୁସି କରିବା ଏବଂ ସେମାନଙ୍କୁ ଉତ୍ତମ ସେବା ଯୋଗାଇବାରେ ଏମାନେ ବେଶ ପାରଙ୍ଗମ । ସେ ମହିଳା ହୁଅନ୍ତୁ ଅବା ପୁରୁଷ ହୋଟେଲ ମାଲିକ । ସେମାନଙ୍କ ଡ୍ରେସକୋର୍ଡ ଉପରେ ଅଧିକ ଧ୍ୟାନ ଦେଇଥାନ୍ତି । ହେଲେ ଟୋକିଓରେ ଏପରି ଏକ ହୋଟେଲ ଅଛି ଯେଉଁଠି ମହିଳା କି ପୁରୁଷ ନୁହଁନ୍ତି, ମାଙ୍କଡ ସାଜିଛନ୍ତି ୱେଟର । ଶୁଣିଲେ ଆଶ୍ଚର୍ଯ୍ୟ ହେବେ । କିନ୍ତୁ ଘଟଣା ସତ । ହୋଟେଲରେ ସେମାନଙ୍କ ନାଁ ମଧ୍ୟ ରହିଛି । ତାହା ମଧ୍ୟରେ ରହିଛନ୍ତିି ୟଟ୍ ଚେଣ୍ଟ ଏବଂ ଫୁଟଚେଣ୍ଟ ।
ଏହି ହୋଟେଲକୁ ଗ୍ରାହକ ଆସିଲେ ଏହି ଦୁଇ ମାଙ୍କଡ଼ ନିଜ ନିଜ କାମରେ ଲାଗିଯାଆନ୍ତି । ଜଣେ ଗ୍ରାହକଙ୍କୁ ଟାୱେଲ ଦେଉଥିବାବେଳେ ଆଉ ଜଣେ ଖାଇବା ଅର୍ଡର ନେଇଥାଏ । ଏଥିସହ ଗ୍ରାହକଙ୍କ ସିଟ୍ ପାଖକୁ ଯାଇ ଖାଦ୍ୟ ପରଶିଥାନ୍ତି । ଆଉ ଡ୍ରିଙ୍କସ ମଧ୍ୟ ସଜେଇଥାନ୍ତି । ହୋଟେଲ ମାଲିକ ଏହି ଦୁଇ ମାଙ୍କଡ଼ଙ୍କୁ ହୋଟେଲରେ କାମ କରିବା ପାଇଁ ସରକାରଙ୍କଠାରୁ ଅନୁମତି ଆଣିଛନ୍ତି । ୨୦୦୮ ମସିହାରୁ ଦୁଇ ମାଙ୍କଡ଼ କାମ କରି ଆସୁଛନ୍ତି ବୋଲି ହୋଟେଲ ମାଲିକ କହିଛନ୍ତି ।