ହୋଟେଲ ଗୋଦାମ ଘରେ ଅଗ୍ନିକାଣ୍ଡ

ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ୫୯ ନଂ ଜାତୀୟ ରାଜପଥ ତଥା ହିଞ୍ଜିଳିକାଟୁ ପୌରାଂଚଳ ବସ ଟର୍ମିନାଲ ନିକଟ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ସମ୍ମୁଖ ଏକ ହୋଟେଲର ଗୋଦାମ ଘର ଓ ରୋଷେଇଶାଳାରେ ରବିବାର ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟିଛି । କରୋନା ଯୋଗୁଁ ଦୀର୍ଘ ୪ମାସ ଧରି ହୋଟେଲ ପ୍ରତିଷ୍ଟାନ ବନ୍ଦ ରହିଥିଲା । ଫଳରେ ଦୀର୍ଘ ଦିନ ହେଲା ଗୋଦାମଘର ବନ୍ଦ ଥିଲା । ରବିବାର ସନ୍ଧ୍ୟାରେ ସଂପୃକ୍ତ ପ୍ରକୋଷ୍ଠରୁ ନିଆଁ ଲାଗି ଧୂଆଁ ବାହାରୁଥିବାର ଦେଖି କିଛି ଲୋକେ ଦୋକାନ ମାଲିକ ଶିବରାମ ଗୌଡ଼ ଓ ହିଞ୍ଜିଳି ଅଗ୍ନିଶମ ବାହୀନିଙ୍କୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଚିଂ ନିଆଁକୁ ଆୟତ କରିଥିଲେ । ଅଗ୍ନିକାଣ୍ଡରେ ବହୁ ଆସବାପତ୍ର ସହ ବୈଦ୍ୟୁତିକ ସରଞ୍ଜାମ ଓ ଶୁଖିଲା ଖାଦ୍ୟ ପୋଡ଼ି ଯାଇଥିବା ଜଣାପଡ଼ିଛି । ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନଥିଲେ ମଧ୍ୟ ସଟସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ