ହୋଡିଂ ଓ ଵିଜ୍ଞାପନରେ ବିକାଶର ବାର୍ତ୍ତା ଦେଉଛି ବେଦାନ୍ତ

କଳାହାଣ୍ଡି, (ଚିତ୍ତରଞ୍ଜନ ବିଷି): ସ୍ୱାଦିନତା ଦୀର୍ଘ ଦଶନ୍ଦୀ ପରେ ମଧ୍ୟ ସରକାରଙ୍କ ମୌଳିକ ସୁବିଧା ରୁ ବଞ୍ଚିତ ହୋଇ ରହିଛନ୍ତି ବେଦାନ୍ତ କମ୍ପାନୀରୁ ପାଞ୍ଚସହ ମିଟର ଦୂରରେ ଥିବା ଡ଼ଙ୍ଗୀଝୋଲା ଗାଁ । ଏହି ଗାଁକୁ ଥିବା ରାସ୍ତା ସମସ୍ୟା ଏମାନଙ୍କ ବିକାଶରେ ପ୍ରତିବନ୍ଧକ ସାଜିଛି।ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ ସତ୍ତ୍ୱେ ମଧ୍ୟ ଗାଁ ପ୍ରତି ପ୍ରଶାସନ ଜାଣିଶୁଣି ଅବହେଳା କରୁଥିବା ଗାଁ ଲୋକେ ପ୍ରକାଶ କରିଛନ୍ତି।୨୦୦୩ମସିହାରେ ବେଦାନ୍ତ ଜରଖାନା ସ୍ଥାପନ ହେଲା ଅଞ୍ଚଳ ବାସୀଙ୍କୁ ବିକାଶ ର ଅନେକ ସ୍ବପ୍ନ ଦେଖାଇଥିଲା ବେଦାନ୍ତ ଅଞ୍ଚଳବାସି କମ୍ପାନୀର କଥାରେ ପଡି ନିଜ ସୁନାର ଫସଲ ଫଳଉଥିବା ଜମି ଓ ନିଜ ଭିଟା ମାଟିକୁ ବେଦାନ୍ତ ହାତକୁ ଟେକି ଦେଇଥିଲେ ହେଲେ ବିକାଶ ତ ଦୂରର କଥା କମ୍ପାନୀ ଆସିଲା ଦିନଠାରୁ କେବଳ ବିନାଶ କରି ଚଲାଇଛି. ବେଦାନ୍ତ କମ୍ପାନୀ ର ପାରିପାର୍ଷିକ ଅଞ୍ଚଳବାସୀ ବେଦାନ୍ତ କାରଖାନାର ବିଷାକ୍ତ ଧୂଆଁ ଓ ଧୂଳି ଯୋଗୁଁ ତ୍ରାହି ତ୍ରାହି ଡାକୁଛନ୍ତି ସେ ମଧ୍ୟରୁ ଅନ୍ୟତମ ହେଉଛି ଡ଼ଙ୍ଗୀଝୋଲା ଗାଁ. ସୂଚନା ଯୋଗ୍ୟ ଯେ ଶହେ ବର୍ଷର ଏହି ଡଙ୍ଗୀଝୁଲାଗାଁକୁ ଯିବା ପାଇଁ ରାସ୍ତା ନାହିଁ।୫୦ ବର୍ଷ ପୂର୍ବରୁ ଏହି ଗାଁକୁ ପାଦଚଲା ରାସ୍ତା ଟିଏ ଥିଲା।ଭଲ ରାସ୍ତା ପାଇଁ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ ସତ୍ତ୍ୱେ ମଧ୍ୟ ପ୍ରଶାସନ ଗାଁ ସେହି ରାସ୍ତା ପ୍ରତି ଦୃଷ୍ଟି ନଦେବାରୁ ବର୍ତ୍ତମାନ ତାହା ଗଛ ପତ୍ରରେ ଢାଙ୍କି ହୋଇ ଯାଇଛି।ବେଦାନ୍ତ କର୍ତ୍ତୃପକ୍ଷ ଙ୍କୁ ମଧ୍ୟ ବହୁବାର ଅଭିଯୋଗ କରିଛନ୍ତି ହେଲେ ସବୁ ଜାଣି ନିରବଦ୍ରଷ୍ଟା ସାଜିଛି ବେଦାନ୍ତ କମ୍ପାନୀ.କୌଣସି ବ୍ୟକ୍ତିଙ୍କ ଦେହ ଖରାପ ହେଲେ ଡାକ୍ତରଖାନା ନେବା ପାଇଁ ଅଧା କିମି ଦୂର ଖଟିଆରେ ବୋହି ଲାଞ୍ଜିଗଡ-ମୁନିଗୁଡା ମୁଖ୍ୟ ରାସ୍ତାକୁ ଆଣିବାକୁ ପଡେ।ମାତ୍ର ୫୦୦ ମିଟର ରାସ୍ତା ନିର୍ମାଣ ପାଇଁ ଗାଁ ଲୋକେ ଏକ ପ୍ରକାର ବନ୍ଦୀ ଜୀବନ ଯାପନ କାଟୁଛନ୍ତି।ଏହି ଗ୍ରାମ ଲାଞ୍ଜିଗଡ ପଞ୍ଚାୟତଠାରୁ ୨ କିମି ଦୂରରେ ବେଦାନ୍ତ କାରଖାନା ଠାରୁ ୫୦୦ ମିଟର ଦୂରରେ ରହିଛି ରହିଛି।ତଥାପି ଏଠାରେ ସରକାରଙ୍କ ଯୋଜନା ଅପହଞ୍ଚ ହୋଇ ରହିଛି।ଗାଁରେ ଅଙ୍ଗନବାଡି କେନ୍ଦ୍ର ନାହିଁ।ଛୋଟ ଛୋଟ ପିଲା ମାନେ ବଂଶୀଧାରା ନଦୀ ପାର ହୋଇ ଚଣାଲିମା ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ରକୁ ପାଠ ପଡିବା ପାଇଁ ଯାଇଛନ୍ତି।ଡଙ୍ଗୀଝୁଲା ଓ ଚଣାଲିମା ଗାଁ ମଝିରେ ବଂଶୀଧାରା ନଦୀ ରହୁଥିବା ବେଳେ ବର୍ଷା ଦିନେ ଜଳବନ୍ଦୀ ଭାବେ ଜୀବନଜାପନ କରିବା ସହ ପିଲାଙ୍କ ପାଠପଢା ସଂପୂର୍ଣ୍ଣ ଭାବେ ବନ୍ଦ ରହେ। ୧୦୦ ବର୍ଷ ପୁରୁଣା ଏହି ଗାଁରେ ୧୮ ପରିବାର ବସବାସ କରନ୍ତି।କେବଳ ଭୋଟ୍ ସମୟରେ ନେତାମାନେ ଏହି ଗାଁକୁ ଯାଇ ରାସ୍ତା ଓ ଗ୍ରାମରେ ବିକାଶ ପାଇଁ ବିଭିନ୍ନ ପ୍ରତିଶ୍ରୁତି ଦେଇଥାନ୍ତି।ଭୋଟ୍ ସରିଲେ ଗାଁକୁ ଭୁଲିଯାନ୍ତି।ପ୍ରଶାସନିକ ଅଧିକାରୀ ଗାଁକୁ ଆସୁନଥିବା ଗାଁ ଲୋକେ ପ୍ରକାଶ କରିଛନ୍ତି।ଗାଁକୁ ଖଣ୍ଡିଏ ପକ୍କା ରାସ୍ତା ପାଇଁ ଅନେକ ଥର ପଞ୍ଚାୟତରୁ ଆରମ୍ଭ କରି ବ୍ଳକ ଅଫିସ ଓ ବେଦାନ୍ତ ର ଅଭିଯୋଗ ଶୁଣାଣି ରେ ଗୁହାରି କରିଥିଲେ ମଧ୍ୟ ସୁଫଳ ମିଳିପାରି ନାହିଁ।ଆଜିକୁ ୨୫ ବର୍ଷ ହେଲା ଲାଞ୍ଜିଗଡ଼ ପଞ୍ଚାୟତ ଗ୍ରାମ ସଭାରେ ପ୍ରସ୍ତାବ ଦେବା ପରେ ରାସ୍ତା ନିର୍ମାଣ ପାଇଁ ଆସୁଥିବା ଅର୍ଥ ପଞ୍ଚାୟତ ଅନ୍ୟ କାମରେ ଲାଗୁଥିବା ଗାଁ ଲୋକେ ପ୍ରକାଶ କରିଛନ୍ତି।ନଦୀ ଓ କୂଅର ପାଣିକୁ ପାନୀୟ ଭାବେ ବ୍ୟବହାର କରୁଛନ୍ତି।ବାରମ୍ବାର ଦାବି ସତ୍ତ୍ୱେ ୨୦୧୮ ମସିହାରେ ଲାଞ୍ଜିଗଡ଼ ପଞ୍ଚାୟତ ପକ୍ଷରୁ ଗାଁରେ ଏକ ନଳକୂପ ଖନନ ହୋଇଛି।କିନ୍ତୁ ଗୋଟିଏ ନଳକୂପ ଠିକ ଭାବେ ପାଣି ବାହାରୁ ନାହିଁ।ଖରାଦିନେ ଗାଁରେ ଜଳକଷ୍ଟ ଦେଖାଦେଉଛି। ଗାଁକୁ ରାସ୍ତା ନଥିବା ଯୋଗୁଁ ପୂର୍ବରୁ ଗାଁରେ ମାତ୍ର ୩ ଜଣକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ମିଳିଛି।ବର୍ତ୍ତମାନ ପ୍ରଧାନମନ୍ତ୍ରୀ ଜନମନ ଯୋଜନାରେ ଘର ପାଇବା ପାଇଁ ଗାଁର ସମସ୍ତଙ୍କ ତାଲିକା ରହିଥିବା ବେଳେ ରାସ୍ତା ନଥିବା ଯୋଗୁଁ କିଭଳି ଘର ନିର୍ମାଣ କରିବୁ ବୋଲି ଗାଁ ଲୋକେ ଚିନ୍ତା ପ୍ରକଟ କରିଛନ୍ତି।ଯଦି ପ୍ରଶାସନ କିମ୍ବା ବେଦାନ୍ତ କର୍ତ୍ତୃପକ୍ଷ ଗାଁର ରାସ୍ତା ପ୍ରତି ଦୃଷ୍ଟି ନଦେଲେ ଡଙ୍ଗୀଝୁଲା ଗ୍ରାମବାସୀ ରାଜରାସ୍ତାକୁ ଓଲ୍ଲାଇବୁ ବୋଲି ଗାଁର ଵିଜୟ ମାଝୀ,ସାନ୍ଦୁ ମାଝୀ,ରିଣୁ ମାଝୀ, ବୁଦେରା ମାଝୀ,ଡମ୍ବରୁ ମାଝୀ, ଜୟ ମାଝୀ,ସୁନୀଲ ମାଝୀ, ନିତ ମାଝୀ, କୃଷ୍ଣଚନ୍ଦ୍ର ମାଝୀ,ଯମୁନା ମାଝୀ, ରୀନା ମାଝୀ, ଆଙ୍ଗ ମାଝୀ, ରୁକ୍ମଣୀ ମାଝୀ ପ୍ରମୁଖ ରାଜ ରାସ୍ତାକୁ ଓଲ୍ଲାଇବୁ ବୋଲି ଚେତାବନୀ ଦେଇଛନ୍ତି। ଏହି ଗାଁ ଲୋକଙ୍କୁ ବେଦାନ୍ତ କର୍ତ୍ତୃପକ୍ଷ ଅନେକ ସ୍ୱପ୍ପ ଦେଖାଇଥିଲେ, ଅନେକ ପ୍ରତିଶୃତି ଦେଇଥିଲେ ହେଲେ ବର୍ତମାନ ଏହି ଗ୍ରାମବାସୀ ଙ୍କୁ ପ୍ରତାରଣା କରିଛି ବେଦାନ୍ତ.କମ୍ପାନୀ ରୁ ୫୦୦ ମିଟର ଦୂରରେ ଥିବା ଗାଁ ଚିତ୍ର କୁ ଯଦି କମ୍ପାନୀ ବଦଳାଇ ପାରୁନି କମ୍ପାନୀ ତାହେଲେ ବେଦାନ୍ତ ର ପାରିପାର୍ଷିକ ଅଞ୍ଚଳରେ ଥିବା ବିଭିନ୍ନ ଗାଁର ଅବସ୍ଥା କିଭଳି ଥିବ ତାହା ସହଜେ ଅନୁମାନ କରାଯାଇପାରେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ