ହୋଣ୍ଡାର ସିବିଆର୍ ୬୫ଠଆର୍ ଉନ୍ମୋଚିତ
ନୂଆଦିଲ୍ଲୀ, (ଏଜେନ୍ସି): ହୋଣ୍ଡା ମୋଟରସାଇକଲ୍ ଆଣ୍ଡ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ (ଏଚ୍ଏମ୍ଏସ୍ଆଇ) ପକ୍ଷରୁ ଏହାର ମଧ୍ୟମ ଓଜନ ବିଶିଷ୍ଟ ସ୍ପୋର୍ଟସ୍ ବାଇକ୍ ସିବିଆର୍୬୫୦ଆର୍କୁ ଉନ୍ମୋଚନ କରାଯାଇଛି । ଏହାର ମୂଲ୍ୟ ୭.୭୦ଲକ୍ଷ ଟଙ୍କା ରହିଛି । ସିବିଆର୍୬୫୦ଆର୍ରେ ଶକ୍ତିଶାଳୀ ୬୪୯ ସିସି ଲିକ୍ୱିଡ୍ କୁଲଡ୍ ଫୋର୍ ସିଲିଣ୍ଡର୍ ଡିଓଏଚ୍ସି ୧୬ ଭାଲ୍ଭ ଇଞ୍ଜିନ ରହିଛି । ଏଥିରେ ଆସିଷ୍ଟ୍/ସ୍ଲିପର୍ କ୍ଲଚ୍ ସୁବିଧା ଏବଂ ହୋଣ୍ଡା ସିଲେକ୍ଟେବଲ୍ ଟର୍କ କଣ୍ଟ୍ରୋଲ୍ ରହିଛି । ଯାହା ଜରିଆରେ ବାଇକ୍ ଉପରେ ଚାଳକ ବହୁତ ଭଲ ନିୟନ୍ତ୍ରଣ ରଖିପାରିବେ । ଏହାର ଚେସିସ୍ ପୂର୍ବ ମଡ଼େଲ୍ ତୁଳନାରେ ୬ କିଲୋଗ୍ରାମ କମ୍ ଓଜନ ବିଶିଷ୍ଟ ହୋଇଥିବା ବେଳେ ଏଥିରେ ଡୁଆଲ୍ ଚ୍ୟାନେଲ୍ ଏବିଏସ୍ ବ୍ୟବସ୍ଥା ରହିଛି । ଆଧୁନିକ ସମ୍ପୂର୍ଣ୍ଣ ଏଲ୍ଇଡି ଲାଇଟ୍ ସହିତ ଅଣଓସାରିଆ ଡୁଆଲ୍ ହେଡ୍ଲ୍ୟାମ୍ପ୍, ଏକ ଡିଜିଟାଲ୍ ଏଲ୍ସିଡି ଡିସ୍ପ୍ଳେ ଏହାର ଲୁକ୍କୁ ବଢ଼ାଉଛି । ଏହି ବାଇକ୍କୁ ମିଲାନ୍ରେ ଅନୁଷ୍ଠିତ ହେଇଥିବା ୨୦୧୮ ଇଆଇସିଏମ୍ଏରେ ଉନ୍ମୋଚନ କରାଯାଇଥିଲା । ଏହାକୁ ଫାୟାରବ୍ଲେଡ୍ ସୁପର ସ୍ପୋର୍ଟସ୍ ଷ୍ଟାଇଲ୍ ଅନୁସାରେ ପ୍ରସ୍ତୁତ କରାଯାଇଛି । ଏହା ଦୁଇଟି ରଙ୍ଗ ଗ୍ରାଣ୍ଡ୍ ପ୍ରିକ୍ସ ରେଡ୍ ଓ ଗନ୍ପାଉଡର୍ ବ୍ଲାକ୍ ମେଟାଲିକ୍ରେ ଉପଲବ୍ଧ ହେଉଛି । ଦେଶର ୨୨ଟି ୱିଙ୍ଗ୍ ୱାର୍ଲଡ୍ ସୋ’ରୁମ୍ରେ ଏହି ବାଇକ୍ ଉପଲବ୍ଧ ହେଉଛି ।