ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପକ୍ଷରୁ ଅକ୍ଟୋବରରେ ୫,୯୭,୭୧୧ ଗାଡ଼ି ବିକ୍ରି

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଚଳିତ ବର୍ଷ ଉତ୍ସାହଜନକ ଧାରାକୁ ଜାରି ରଖି ଉତ୍ସବ ଋତୁରେ ଦୁଇ ଅଙ୍କ ବିଶିଷ୍ଟ ଅଭିବୃଦ୍ଧି ହାସଲ କରିଥିବା ହୋଣ୍ଡା ମୋଟରସାଇକଲ୍ ଆଣ୍ଡ ସ୍କୁଟର ଇଣ୍ଡିଆ ପକ୍ଷରୁ ୨୦୨୪ ଅକ୍ଟୋବର ମାସର ବିକ୍ରି ଫଳାଫଳ ଘୋଷଣା କରାଯାଇଛି ।ଏହି ମାସରେ କମ୍ପାନି ୫,୯୭,୭୧୧ ଗାଡ଼ି ବିକ୍ରି କରିଛି ଯାହା ଗତବର୍ଷ ତୁଳନାରେ ୨୧ ପ୍ରତିଶତ ଅଧିକ । କମ୍ପାନି ପକ୍ଷରୁ ଦେଶ ଭିତରେ ୫,୫୩,୧୨୦ ଗାଡ଼ି ବିକ୍ରି କରାଯାଇଥିବା ବେଳେ ୪୪,୫୯୧ ଗାଡ଼ି ରପ୍ତାନି କରାଯାଇଛି । ଦେଶ ଭିତର ବିକ୍ରିରେ କମ୍ପାନି ୨୦ ପ୍ରତିଶତ ଓ ରପ୍ତାନିରେ ବ୍ୟାପକ ୪୮ ପ୍ରତିଶତ ଅଭିବୃଦ୍ଧି ହାସଲ କରିଛି ।ଚଳିତ ବର୍ଷ ଏପ୍ରିଲ୍‌ରୁ ଅକ୍ଟୋବର ମାସ ଭିତରେ କମ୍ପାନିର ମୋଟ ବିକ୍ରି ୩୭,୫୬,୦୮୮ ଗାଡ଼ି ହୋଇଛି । ଏହି ସମୟ ଭିତରେ କମ୍ପାନି ଦେଶ ଭିତରେ ୩୪,୩୪,୫୩୯ ଗାଡ଼ି ବିକ୍ରି କରିଥିବା ବେଳେ ୩,୨୧,୫୪୯ ଗାଡ଼ି ରପ୍ତାନି କରିଛି ।ଏହି ମାସରେ କମ୍ପାନି ଉତରପ୍ରଦେଶ, ମଧ୍ୟପ୍ରଦେଶ, ଉତରାଖଣ୍ଡ ଓ ଛତିଶଗଡ଼ରେ ୧ କୋଟି ଦୁଇଚକିଆ ଯାନ ବିକ୍ରି କରିବାର ମାଇଲଖୁଂଟ ହାସଲ କରିଛି । କର୍ଣ୍ଣାଟକରେ କମ୍ପାନି ୫ ନିୟୁତ ଗାଡ଼ି ବିକ୍ରି କରିବାର ମାଇଲଖୁଂଟ ହାସଲ କରିଛି ଯାହା ଦକ୍ଷିଣ ଭାରତୀୟ ରାଜ୍ୟରେ କମ୍ପାନିର ଗାଡ଼ି ଗ୍ରାହକଙ୍କ ପସନ୍ଦ ପାଲଟିଥିବାକୁ ଦର୍ଶାଉଛି ।ଏହି ମାସରେ କମ୍ପାନି ପକ୍ଷରୁ ନୂଆ ସିବି୩୦୦ଏଫ୍ ଫ୍ଲେକ୍ସ ଫୁଏଲ୍‌କୁ ଉନ୍ମୋଚନ କରାଯାଇଛି ଯାହାର ଏକ୍ସ ସୋ’ରୁମ୍ ମୂଲ୍ୟ ୧,୭୦,୦୦୦ ଟଙ୍କା ରହିଛି । ଏହା ହେଉଛି ଭାରତର ପ୍ରଥମ ୩୦୦ ସିସି ଫ୍ଲେକ୍ସ ଫୁଏଲ୍ ମୋଟରସାଇକଲ୍ । ଚଳିତ ବର୍ଷ ଅକ୍ଟୋବର ମାସରେ କମ୍ପାନି ପକ୍ଷରୁ କେରଳର କୋଚିସ୍ଥିତ କାଲାମାସେରିରେ ନୂଆ ବିଗୱିଙ୍ଗ ଡିଲରସିପ୍ ଉଦ୍‌ଘାଟନ କରାଯାଇଛି । କମ୍ପାନି ପକ୍ଷରୁ ରାଜସ୍ଥାନର ବିକାନେର, ମହାରାଷ୍ଟ୍ରର ପାଲଘର, ମଧ୍ୟପ୍ରଦେଶର ଡକ୍ଟର ଆମ୍ବେଦକର ନଗର, ମେଘାଳୟର ସିଲଙ୍ଗ, ତାମିଲନାଡୁର କାଂଚିପୂରମ, ଆ୍‌ନ୍ଧ୍ରପ୍ରଦେଶର ନେଲୋର, ପଂଜାବର ହୋସିଆରପୁର, କର୍ଣ୍ଣାଟକର ଟୁମକୁର, ଉତରପ୍ରଦେଶର ଝାନ୍‌ସି, ବିହାରର ମୁଜାଫରପୁରରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏଥି ସହିତ କମ୍ପାନି ପକ୍ଷରୁ କର୍ଣ୍ଣାଟକର ବାଙ୍ଗାଲୋରର ସୁରକ୍ଷିତ ଗାଡ଼ି ଚାଳନା କେନ୍ଦ୍ରର ଚତୁର୍ଥ ବାର୍ଷିକୀ ପାଳନ କରାଯାଇଥିଲା । ହରିୟାଣାର କର୍ଣ୍ଣାଲ୍‌ରେ ସ୍କୁଲ ପ୍ରିନ୍‌ସିପାଲ୍‌ଙ୍କ ପାଇଁ ସଡ଼କ ସୁରକ୍ଷା ସମ୍ମିଳନୀ ଆୟୋଜନ କରାଯାଇଥିଲା । ଆଇଡେମିସୁ ହୋଣ୍ଡା ଇଣ୍ଡିଆ ଟ୍ୟାଲେଂଟ୍ କପ୍ ଏନ୍‌ଏସଏଫ୍‌୨୫୦ରେ ହୋଣ୍ଡା ରେସିଂ ଇଣ୍ଡିଆର ଚାଳକ ମୋହସିନ ପରମବାନ ବିଜୟୀ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ