ହୋପ୍ ଇଜ୍ ଲାଇଫ ଚାରିଟେବୁଲ ଟ୍ରଷ୍ଟର ବାର୍ଷିକ ଉତ୍ସବ ଅନୁଷ୍ଠିତ

ପୁରୀ,(ସନ୍ତୋଷ କୁମାର ଦାଶ):ପୁରୀର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ହୋପ୍ ଇଜ୍ ଲାଇଫ ଚାରିଟେବୁଲ ଟ୍ରଷ୍ଟର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ରବିବାର ସନ୍ଧ୍ୟା ରେ ପୁରୀ ମୁକ୍ତାକାଶ ରଙ୍ଗମଞ୍ଚରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପୁରୀ ସଦର ପଞ୍ଚାୟତ ସମିତି ଅଧ୍ୟକ୍ଷ ଦିବାକର ପାତ୍ର, ପୁରୀର ପୂର୍ବତନ ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ବରିଷ୍ଠ ସାମ୍ବାଦିକ ଓ ସ୍ତମ୍ଭକାର ପ୍ରଦ୍ୟୁମ୍ନ ଶତପଥୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଭ୍ରାଂଶୁ ମହାରଣା, ଜିଲ୍ଲା ସୁଚନା ଓ ଲୋକସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଇ ୨୪ ହସ୍ପିଟାଲର ନିର୍ଦ୍ଧେଶକ ଇଂ. ରାଜେଶ ମିଶ୍ର, ଡାକ୍ତର ଧିରେନ୍ଦ୍ର ନାଥ ଷଡ଼ଙ୍ଗୀ, ଶ୍ରୀ ମନ୍ଦିରର ବରିଷ୍ଠ ସେବାୟତ ଭଗବାନ ସୁଆର ପ୍ରମୁଖ ଯୋଗଦେଇଥିଲେ । ନିସ୍ବାର୍ଥପର ଭାବରେ ସେବା ମନୋବୃତ୍ତିର ନେଇ ଯୁବସମାଜ ଆଗେଇ ଆସିବା ପାଇଁ ଅତିଥିମାନେ ମତପୋଷଣ କରିଥିଲେ । ସେବା ମନୋବୃତ୍ତି ନେଇ ପୁରୀ ଜିଲ୍ଲା ସ୍କୁଲର ୧୯୯୩ ମସିହା ମାଟ୍ରିକ ବ୍ୟାଚର ୧୩ ଜଣ ସହପାଠୀଙ୍କ ଉଦ୍ୟମରେ ୨୦୧୭ ମସିହାରେ ଜନ୍ମଲାଭ କରିଥିଲା ହୋପ୍ ଇଜ୍ ଲାଇଫ । ବର୍ତମାନ ଏହି ଅନୁଷ୍ଠାନର ସଦସ୍ୟ ସଂଖ୍ୟା ୪ ଶହରୁ ଉର୍ଦ୍ଧ୍ବ । ସଫେଇ କାର୍ଯ୍ୟକ୍ରମରୁ ଆରମ୍ଭ ହେଇଥିବା ସେବା କାର୍ଯ୍ୟ ପରବର୍ତ୍ତୀ ସମୟରେ ରଥଯାତ୍ରା ସେବା, ବନ୍ୟା ବାତ୍ୟା, ବୃଦ୍ଧ ବୃଦ୍ଧାଙ୍କ ପାଇଁ ଆଶ୍ରମ ପ୍ରତିଷ୍ଠା, ଅନ୍ନଦାନ, ବସ୍ତ୍ରଦାନ କରି ବେଶ୍ ଲୋକପ୍ରିୟତା ହାସଲ କରିଛନ୍ତି ସଦସ୍ୟମାନେ । ଅନୁଷ୍ଠାନର ବାର୍ଷିକ ଉତ୍ସବ ପାଳନ ଅବସରରେ ଅନୁଷ୍ଠାନ ପକ୍ଷରୁ ଜାନୁଆରି ୨୩ ତାରିଖରେ ଅନୁଷ୍ଟିତ ଚିତ୍ରାଙ୍କନ, ରଚନା ଓ ବକ୍ତୃତା ପ୍ରତିଯୋଗିତା ର ପ୍ରଥମ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା କୃତୀ ପ୍ରତିଯୋଗୀ ମାନଙ୍କୁ ମାନପତ୍ର ଓ ପୁରସ୍କାର ପ୍ରଦାନ କରାଯାଇ ଉତ୍ସାହିତ କରାଯାଇଥିଲା ।
ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଭିନ୍ନ ବ୍ୟକ୍ତି ବିଶେଷ ଓ ସାମାଜିକ ସଙ୍ଗଠନ ମାନଙ୍କୁ ମାନପତ୍ର, ଉପଢୌକନ ଓ ପୁଷ୍ପ ଗୁଛ ପ୍ରଦାନ କରାଯାଇଥିଲା । ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ହୋପ୍ ଇଜ୍ ଲାଇଫର ସଭାପତି ସୁରେଶ ନନ୍ଦଙ୍କ ନେତୃତ୍ବରେ ଆୟୋଜିତ ହୋଇଥିଲା ଏହି କାର୍ଯ୍ୟକ୍ରମ । ସମ୍ପାଦକ ଗଦାଧର ସାହୁ ଅତିଥି ପରିଚୟ ଓ ବାର୍ଷିକ ବିବରଣୀ ପାଠ କରିଥିବାବେଳେ ମଞ୍ଚ ସଂଞ୍ଚାଳନ କରିଥିଲେ ଶ୍ୟାମପ୍ରସାଦ ସେନାପତି । ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ