ହୋମଗାର୍ଡଙ୍କ ଦୈନିକ ଭତ୍ତା ୫୩୩ ଟଙ୍କା ବୃଦ୍ଧି କର ; ହାଇକୋର୍ଟ

କଟକ;(ଦୀପକ୍ କୁମାର ବେଉରା): ହୋମଗାର୍ଡଙ୍କ ଭତ୍ତା ନେଇ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ। ହୋମଗାର୍ଡଙ୍କ ଦୈନିକ ଭତ୍ତା ୫୩୩ ଟଙ୍କାକୁ ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ। ୫୩୩କୁ ବୃଦ୍ଧି ସହ ପିଛିଲା ଭାବେ ଜାନୁଆରୀ ୨୦୨୦ରୁ ଲାଗୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ୩ ମାସ ଭିତରେ ବର୍ଦ୍ଧିତ ଦେୟ ପ୍ରକ୍ରିୟା ସାରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି।ହାଇକୋଟ ର୍ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ ଓ ଜଷ୍ଟିସ ଏ.କେ.ମିଶ୍ରଙ୍କ ଖଣ୍ଡପୀଠ ଏନେଇ ନିର୍ଦ୍ଦେଶ ଦେଇଛନ୍ତି । ଏହି ପ୍ରସଙ୍ଗରେ ହାଇକୋର୍ଟଙ୍କ ଜଣିକିଆ ଖଣ୍ଡପୀଠଙ୍କ ରାୟରେ ଆଶିଂକ ପରିବର୍ତ୍ତନ କରି ଡିଭିଜନ ବେଞ୍ଚ ଏହି ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ଡିଜି ଫାୟାର ସର୍ଭିସଙ୍କ ସୁପାରିସ ଆଧାରରେ ଦୈନିକ ୫୩୩ ଟଙ୍କା ଦେବାକୁ ଜଣିକିଆ ଖଣ୍ଡପୀଠ ଗତ ଫେବୃୟାରୀ ୨୮ତାରିଖରେ ରାୟ ପ୍ରକାଶ କରିଥିଲେ । ଏହାକୁ ପିଛିଲା ଭାବରେ ୨୦୧୬ ନଭେମ୍ବର ୧୦ ତାରିଖରୁ ଲାଗୁ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ହେଲେ ଏହାକୁ ଚ୍ୟାଲେଞ୍ଜ କରି ରାଜ୍ୟ ସରକାର ରିଟ୍ ଅପିଲ ଜରିଆରେ ଡିଭିଜନ ବେଞ୍ଚର ଦ୍ୱାରସ୍ଥ ହୋଇଥିଲେ। ରିଟ୍ ଅପିଲର ରାୟ ପ୍ରକାଶ କରି ନଭେମ୍ବର ୨୦୧୬ ପରିବର୍ତ୍ତେ ଜାନୁଆରୀ ୨୦୨୦ଠାରୁ ୫୩୩ ଟଙ୍କା ଲେଖାଏଁ ପାରିଶ୍ରମକ ଦେବାକୁ ହାଇକୋର୍ଟ ଡିଭିଜନ ବ୍ୟାଞ୍ଚ ରାୟରେ ସ୍ପଷ୍ଟ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ