ହୋମଗାର୍ଡ ଓ କନଷ୍ଟେବଲ ମାନଙ୍କୁ ନେଇ ରାଜ୍ୟ ସ୍ତରୀୟ ସଡକ ସୁରକ୍ଷା ଓ ପ୍ରାଥମିକ ଚିକିତ୍ସା ସମନ୍ଧୀୟ କର୍ମଶାଳା

ଛତ୍ରପୁର, (ଦେବଦତ୍ତ ମହାରଣା):ଗଞ୍ଜାମ ଜିଲ୍ଲାରେ ସଡକ ଦୁର୍ଘଟଣା ହାର ଅହେତୁକ ଭାବେ ବୃଦ୍ଧି ପାଇବା ସହ ରାଜ୍ୟରେ ଗଞ୍ଜାମ ଜିଲ୍ଲା ଦୁର୍ଘଟଣାରେ ସର୍ବାଧିକ ରହିଛି । ଏହାକୁ ଦୃଷ୍ଟିରେ ରଖି କିପରି ସଡକ ଦୁର୍ଘଟଣା ସହ ମୃତ୍ୟୁ ହାର କମାଯାଇପାରିବ ଏବଂ ଧନଜୀବନ ସୁରକ୍ଷା ନିମନ୍ତେ ରାଜ୍ୟ ପରିବହନ ପ୍ରାଧିକରଣର ନିର୍ଦ୍ଦେଶ କ୍ରମେ ଗଞ୍ଜାମ ଆଂଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲାର କନଷ୍ଟେବଲ ଓ ହୋମଗାର୍ଡ ମାନଙ୍କୁ ନେଇ ରାଜ୍ୟ ସ୍ତରୀୟ ସଡକ ସୁରକ୍ଷା ଓ ପ୍ରାଥମିକ ଚିକିତ୍ସା ସମନ୍ଧୀୟ ଏକ କର୍ମଶାଳା ସ୍ଥାନୀୟ ଗଞ୍ଜାମ ଏସପିଙ୍କ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗଞ୍ଜାମ ପୋଲିସ୍ ଜିଲ୍ଲାର ଅତିରିକ୍ତ ଏସପି ବିଜୟ କୁମାର ମଲ୍ଲିକ, ଗଞ୍ଜାମ ଆଂଚଳିକ ପରିବହନ ଅଧିକାରୀ ମାନସ ରଞ୍ଜନ ସାହୁ, ଏମଭିଆଇ ରବୀନ୍ଦ୍ର ନାଥ ଜେନା, ସଡକ ସୁରକ୍ଷା ଅଧିକାରୀ ରତିକାନ୍ତ ନାହାକ ଏବଂ ପ୍ରଶିକ୍ଷଣ ଭାବେ ଆଇଏନଭିଆଇସିଟିୟୁଏସ ସଂସ୍ଥାର ପ୍ରବୋଦ ଭଟ୍ଟାଚାର୍ଯ୍ୟ ଯୋଗ ଦେଇ ସଡକ ଦୁର୍ଘଟଣା ହେଲେ ଗୁରୁତର ମାନଙ୍କୁ କିପରି ପ୍ରାଥମିକ ଚିକିତ୍ସା ସହ ନିକଟତମ ମେଡିକାଲରେ ଚିକିତ୍ସା ନିମନ୍ତେ ଅତିଶିଘ୍ର ପଠାଇବେ ସେ ସମ୍ପର୍କରେ ସେମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ । ଏହି କର୍ମଶାଳାର ଶେଷରେ ଜିଲ୍ଲାର ୬୨ ଜଣ କନ ଷ୍ଟେବଲ ଓ ହୋମଗାର୍ଡ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ସାର୍ଟିଫିକେଟ ପ୍ରଦାନ କରାଯାଇଛି । ସୂଚନା ଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲାରେ ଗତବର୍ଷ ୩୦୬ଟି ଦୁର୍ଘଟଣା ଘଟି ୧୫୪ ଜଣ ପ୍ରାଣ ହରାଇଥିବା ବେଳେ ୨୮୩ ଜଣ ଗୁରୁତର ଆହାତ ହୋଇଥିଲେ । ଚଳିତ ବର୍ଷର ଜୁନ ଶେଷ ସୁଦ୍ଧା ୩୫୪ ଟି ଦୁର୍ଘଟଣା ଘଟି ୧୮୬ ଜଣଙ୍କ ମୃତ୍ୟୁ ଘଟିଛି । ଏହା ସହିତ ୨୬୨ ଜଣ ଗୁରୁତର ଆହାତ ହୋଇଛନ୍ତି । ଗତ ବର୍ଷ ଠାରୁ ଚଳିତ ବର୍ଷ ଅଧା ବର୍ଷରୁ ହିଁ ଦୁର୍ଘଟଣା ହାର ଜିଲ୍ଲାରେ ବୃଦ୍ଧି ପାଇଥିବା ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ