ହୋମିଓପାଥି ଔଷଧ ଖାଉଥିଲେ…
ଅନେକ ଲୋକ ହୋମିଓପାଥି ଔଷଧ ଦ୍ୱାରା ଚିକିତ୍ସିତ ହୋଇଥାନ୍ତି । ଏହାକୁ ଖାଇବା ପୂର୍ବରୁ ସାବଧାନ ରହିବା ଉଚିତ । ଯଦି ଏହାକୁ ଠିକ୍ ଭାବେ ବ୍ୟବହାର କରାନଯାଏ, ତେବେ ଏହା ଶରୀରରେ ଠିକ୍ ପ୍ରଭାବ ପକାଇ ନଥାଏ । ଏଥିପାଇଁ ଡ.ଜୁହା ଗୁପ୍ତା ହୋମିଓପାଥି ଔଷଧ ସମ୍ବନ୍ଧିତ କିଛି ସାବଧାନତା ବିଷୟରେ କହିଛନ୍ତି ।
ହୋମିଓପାଥି ଔଷଧକୁ କେବେ ବି ଖୋଲାରେ ରଖନ୍ତୁ ନାହିଁ । ଏହାକୁ ଥଣ୍ଡା ସ୍ଥାନରେ ରଖନ୍ତୁ ନାହିଁ । ଔଷଧ ଖାଇବା ପରେ ବନ୍ଦ କରିଦିଅନ୍ତୁ ।
ହୋମିଓପାଥି ଔଷଧକୁ ହାତରେ ବାହାର କରନ୍ତୁ ନାହିଁ । ଏହା ଦ୍ୱାରା ଏଥିରେ ମହଜୁଦ ସ୍ପିରିଟ୍ ଶେଷ ହୋଇଯାଇଥାଏ । ଯାହା ଦ୍ୱାରା ଔଷଧର ପ୍ରଭାବ କମ୍ ହୋଇଥାଏ ।
ହୋମିଓପାଥି ଔଷଧ ଖାଇବାର ୧୦ ମିନିଟ୍ ପୂର୍ବରୁ ଏବଂ ପରେ ନିଶା ଖାଇବାରୁ ନିବୃତ ରୁହନ୍ତୁ । ନିଶା ଦ୍ୱାରା ଔଷଧର ପ୍ରଭାବ କମ୍ ହୋଇଥାଏ ।
ହୋମିଓପାଥି ଔଷଧ ଖାଇବା ପରେ ଖଟା ଖାଆନ୍ତୁ ନାହିଁ ।
ହୋମିଓପାଥି ଔଷଧକୁ ଏଲୋପାଥିକ ଔଷଧ ସହ ରଖନ୍ତୁ ନାହିଁ । ଏହା ଦ୍ୱାରା ଔଷଧର ପ୍ରଭାବ କମ୍ ହୋଇଥାଏ ।
ଅନ୍ୟ କାହା ଭଳି ରୋଗ ଆପଣଙ୍କୁ ହୋଇଥିଲେ ମଧ୍ୟ କାହାର ଔଷଧ ଖାଆନ୍ତୁ ନାହିଁ । ଡାକ୍ତରଙ୍କ ପରାମର୍ଶରେ ଖାଆନ୍ତୁ ।
ହୋମିଓପାଥି ଔଷଧ ଖାଇବା ପୂର୍ବରୁ ଭଲଭାବରେ କୁଳି କରନ୍ତୁ ଓ ଜିଭ ସଫା କରନ୍ତୁ ।


