ହୋମ୍‌ କ୍ୱାରେଣ୍ଟାଇନରେ ଜର୍ମାନୀ ଚାନସେଲର ଏଞ୍ଜେଲା ମର୍କେଲ

ଜର୍ମାନୀ : ବିଶ୍ୱର ପ୍ରାୟ ସାଢ଼େ ୩ ଲକ୍ଷ ଲୋକ କୋରୋନାରେ ସଂକ୍ରମିତ ହୋଇଛନ୍ତି। ସଦ୍ୟତମ ରିପୋର୍ଟ ଅନୁସାରେ ଜର୍ମାନୀର ଚାନସେଲର ଏଞ୍ଜେଲା ମର୍କେଲ ମଧ୍ୟ ଏବେ ହୋମ କ୍ୱାରେଣ୍ଟାଇନରେ ଅଛନ୍ତି। କିନ୍ତୁ ମର୍କେଲଙ୍କ ସ୍ୱାବ ନମୁନା ପରୀକ୍ଷା ହୋଇନାହିଁ। ମାତ୍ର ସେ କୋଭିଡ-୧୯ରେ ସଂକ୍ରମିତ ଅଛନ୍ତି ନା ନାହିଁ ଏହା ପରେ ଜଣାପଡ଼ିବ। ଏଞ୍ଜେଲାଙ୍କୁ କିଛି ଦିନ ପୂର୍ବରୁ ଜଣେ ଡାକ୍ତର ନ୍ୟୁମୋକୋକାଲ ଇନଫେକସନ ପାଇଁ ଭ୍ୟାକ୍‌ସିନ ଦେଇଥିଲେ। ଏହି ଡାକ୍ତର ପରେ କୋରୋନା ଭାଇରସ ପଜିଟିଭ ସଂକ୍ରମଣରେ ଥିବା ଜଣାପଡ଼ିଥିଲା। ମର୍କେଲ କୋରୋନାରୁ ବର୍ତ୍ତିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ନେଇ ସାମ୍ବାଦିକ ସମ୍ମିଳନୀ କରୁଥିଲେ। ମର୍କେଲଙ୍କ ମୁଖପାତ୍ର ସିବର୍ଟଙ୍କ ଅନୁସାରେ ମର୍କେଲ (୬୫)ଙ୍କ ସ୍ୱାବ ନମୁନା ପରୀକ୍ଷା କରାଯିବ। ସେ ଏବେ ନିଜ ଘରୁ କାମ କରୁଛନ୍ତି।
ସୂଚନାଯୋଗ୍ୟ ଜର୍ମାନୀରେ ଏପର୍ଯ୍ୟନ୍ତ ୨୪ ହଜାର ୮୦୬ ଜଣ କୋରୋନା ପଜିଟିଭ ଦେଖାଯାଇଛନ୍ତି ଏବଂ ୨୬୬ ଜଣ ଠିକ ହୋଇଛନ୍ତି। ୟୁରୋପ ଏବେ କୋରୋନା ଭାଇରସର ଗଡ଼ ପାଲଟିଛି। ଇଟାଲୀ, ସ୍ପେନ ଓ ଜର୍ମାନୀ ସବୁଠାରୁ ଅଧିକ ପ୍ରଭାବିତ ଦେଶର ତାଲିକାରେ ସାମିଲ ହୋଇଛି। ଇଟାଲୀରେ ରବିବାର ପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ୟା ୫୫୦୦ ନିକଟତର ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ