ହୋମ୍ ଡେଲିଭରୀରେ ସାମିଲ୍ ଅଛନ୍ତି ୩ ଏସଏଚଜି, ୪ ଷ୍ଟ୍ରିଟ୍ ଭେଣ୍ଡର୍‌

ଛତ୍ରପୁର:ଛତ୍ରପୁର ଏନଏସି ପକ୍ଷରୁ ଲକ୍ ଡ଼ାଉନ୍ ରେ କିପରି ଲୋକ ମାନେ ଘରୁ ନ ବାହାରି ସମସ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀ ଘର ବସି ପାଇପାରିବେ ସେଥି ନିମନ୍ତେ ଏନଏସି ପକ୍ଷରୁ ବହୁ ଭେଣ୍ଡର୍ ମାନଙ୍କୁ ନିୟୋଜିତ କରାଯାଇ ହୋମ୍ ଡେଲିଭରୀ ବ୍ୟବସ୍ଥା କରାଯାଉଛି । ଏହା ସହିତ କିପରି ପନିପରିବା ବଜାରରେ ଜନଗହଳି କମାଇବା ସହ କରୋନା ଭୁତାଣୁରୁ କିପରି ଲୋକମାନେ ଦୁରରେ ରହି ସୁରକ୍ଷିତ ରହିବେ ସେଥି ନିମନ୍ତେ ତିନୋଟି ଏସଏଚଜି ଗ୍ରୁପ୍ ଘରେ ଘରେ ପନି ପରିବା ପହଂଚାଇବା ନିମନ୍ତେ ସାମିଲ୍ କରାଯାଇଛି।ଏହା ସହିତ ଚାରୋଟି ଷ୍ଟିଟ୍ ଭେଣ୍ଡର୍ ମାନଙ୍କୁ ମଧ୍ୟ ନିୟୋଜିତ କରାଯାଇଛି । ଲୋକମାନେ କିପରି ରାସନ ସାମଗ୍ରୀ ଠାରୁ ଆରମ୍ଭ କରି ଔଷଧ ସମଦୂରତା ରକ୍ଷା କରି ଆଣିପାରିବେ ସେଥି ନିମନ୍ତେ ଏନଏସି ପକ୍ଷରୁ ସମସ୍ତ ଦୋକାନ ଆଗରେ ଧଳା ଚୂନର ଗୋଲେଇ କରାଯାଇଛି । ଏହାକୁ ଯେଉଁ ଦୋକାନୀ ବା ଜନସାଧାରଣ ଉଲ୍ଲଘଂନ କରେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ତାହା ସହିତ ଯେଉଁମାନେ ମାସ୍କ ନପିନ୍ଧୁଛନ୍ତି ସେମାନଙ୍କୁ ରାସନ ସାମଗ୍ରୀ ନ ଦେବା ନିମନ୍ତେ ବିଭିନ୍ନ ଦୋକାନ ଗୁଡ଼ିକରେ ସୂଚନା ଲଗାଯିବାକୁ କୁହାଯାଇଛି । ଏନେଇ ଆଜି ଛତ୍ରପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ବିକ୍ରମ କୁମାର ଦୋରା ଓ ତାଙ୍କ ଟିମ୍ ଏନଏସିର ବିଭିନ୍ନ ଅଂଚଳ ବୁଲି ଦୋକାନୀ ମାନେ ଏହି ନିୟମକୁ କଡ଼ାକଡ଼ି ପାଳନ କରୁଛନ୍ତି ନା ନାହିଁ ସେନେଇ ତଦରଖ କରିଥିଲେ । ଏହା ସହିତ ଏହାର ଯେଉଁମାନେ ଉଲ୍ଲଘଂନ କରୁଛନ୍ତି ସେମାନଙ୍କ ଠାରୁ ଜରିମାନା ଆଦାୟ କରାଯାଇଥିଲା । ତତ୍ ସହିତ ଯେଉଁ ବ୍ୟକ୍ତିମାନେ ମାସ୍କ ନପିନ୍ଧି ବାହାରକୁ ବାହାରିଛନ୍ତି ସେମାନଙ୍କ ଠାରୁ ମଧ୍ୟ ଜରିମାନା ଆଦାୟ କରାଯାଇଛି । ବର୍ତମାନ ପର୍ଯ୍ୟନ୍ତ ଏନଏସି ପକ୍ଷରୁ ପ୍ରାୟ ୭ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି । ସାମିଲ୍ କରାଯାଇଥିବା ଏସଏଚଜି ଗ୍ରୁପ ଓ ଷ୍ଟ୍ରିଟ୍ ଭେଣ୍ଡର ମାନେ ହୋମ୍ ଡେଲିଭରୀ କରୁଛନ୍ତି ନା ନାହିଁ ଏହାର ମଧ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ତଦାରଖ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ