ହୋମ କ୍ୱାରେନଟାଇନରେ ଥିବା ଜଣେ ଯୁବକର ସନ୍ଦେହଜନ ମୃତ୍ୟୁ

ଯାଜପୁର,(ଯୁଗାବ୍ଦ ନ୍ୟୁଜ):ଯାଜପୁର ହୋମ କ୍ୱାରେନଟାଇନରେ ଥିବା ଜଣେ ଯୁବକର ସନ୍ଦେହଜନ ମୃତ୍ୟୁ । ଘର ନିକଟସ୍ଥ ବାଡିରୁ ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର।ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଦେଓଦା ଗ୍ରାମରେ । ମୃତକ ହେଲେ ଦେଓଦା ଗ୍ରାମର ସୁରେଶ ସାହୁ । ସୁରେଶ ଚେନ୍ନାଇର ଏକ ହୋଟେଲରେ କାମ କରୁଥିଲେ।ସଂପ୍ରତି କରୋନା ଯୋଗୁ ସେ ଗତ ମାସ ୧୮ତାରିଖରେ ଘରକୁ ଫେରିଥିଲେ।ବାହାର ରାଜ୍ୟରୁ ଆସିଥିବା ହେତୁ ୨୦ତାରିଖରେ ତାଙ୍କୁ ହୋମ କ୍ୱାରେନଟାଇନରେ ରହିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା । ତାଙ୍କର କୈାଣସି ଲକ୍ଷଣ ନଥିବା ବେଳେ ୧୪ଦିନ ରହିବା ପରେ ଗାଁରେ ବୁଲାବୁଲି କରିଥିଲେ । ଏହାକୁ ନେଇ ସୁରେଶଙ୍କ ପରିବାର ଓ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ରହିଥିଲା । ତେବେ ଗତକାଲି ରାତିରେ ଘର ନିକଟ ବାଡିରେ ଥିବା ଏକ ଗଛରେ ତାଙ୍କ ମୃତଦେହ ଝୁଲୁଥିବା ଗ୍ରାମବାସୀ ଆଜି ଭୋରରୁ ଦେଖିବାକୁ ପାଇଥିଲେ । ତେବେ ତାଙ୍କ ମୃତ୍ୟୁ ପରେ ପରିବାର ଲୋକେ ଗ୍ରାମବାସୀଙ୍କୁ ଦାୟୀ କରିବା ସହ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ଖବର ପାଇ ଧର୍ମଶାଳା ପୋଲିସ ଘଟଣା ସ୍ଥଳରେ ପହଂଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଚଳାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ