ହୋଲିରେ ନାଉଗାଁ ସାଧୁ ଗୋସ୍ୱାମୀ ପୀଠରେ ଦହି ପଖାଳ ଉତ୍ସବ

ନାଉଗାଁ, : ସମାଜରେ ଶାନ୍ତି, ପ୍ରେମ, ଭାଇଚାରା ଓ ବନ୍ଧୁତ୍ୱକୁ ବଜାୟୀ ରଖିବା ସହିତ ଓଡିଆ ସଂସ୍କୃତିକୁ ବଂଚାଇ ରଖିବା ପାଇଁ ପବିତ୍ର ହୋଲି ଉତ୍ସବ ଅବସରରେ ନାଉଗାଁସ୍ଥିତ ସାଧୁଗୋସ୍ୱାମୀ ପୀଠରେ ପ୍ରତିବର୍ଷ ପରି ଏ ବର୍ଷ ଦହି ପଖାଳ ଉତ୍ସବ ଅନୁଷ୍ଠିତ ହୋଇଥିଲା । ନାଉଗାଁହାଟ ସ୍ଥିତ ଜଗନ୍ନାଥ ଭାଗବତ ଭକ୍ତ ସମାଜର ସମସ୍ତ ଭକ୍ତ ସମାଜ ଓ ଘନଶ୍ୟାମ ଓଝାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ନାଉଗାଁ ଅଂଚଳର ବିଭିନ୍ନ ଜଗନ୍ନାଥ ଭକ୍ତପ୍ରେମୀ ଏକତ୍ରିତ ହୋଇଥିଲେ । ଏଥିରେ ମୁଖ୍ୟଅତିଥି ଭାବେ ବାବା ନାରାୟଣ ଦାସ, ନାଉଗାଁ ବଜାର କମିଟି ସଭାପତି ଅଶୋକ କୁମାର ମହାନ୍ତି, ରବିନ୍ଦ୍ର କୁମାର ମହାନ୍ତି, କେଦାର ସେଠୀ, ଧନେଶ୍ୱର ପରିଜା ପ୍ରମୁଖ ଯୋଗ ଦେଇ ଉକ୍ତ କାର୍ଯ୍ୟକ୍ରମ ସମାଜରେ ଏକ ଆଦର୍ଶର ବାର୍ତା ପ୍ରେରଣ କରୁଛି ବୋଲି ମତବ୍ୟକ୍ତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ