ହୋଲି ଖେଳିବେନି ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଏଥର ହୋଲି ଖେଳିବେ ନାହିଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତେବେ କ’ଣ ପାଇଁ ଖେଳିବେ ନାହିଁ ସେ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ କୌଣସି ସୂଚନା ଦିଆଯାଇ ନାହିଁ। ହେଲେ ବର୍ତ୍ତମାନ କରୋନା ଭାଇରସ ଯେପରି ଭାବେ ସାରା ଦେଶରେ ଏକ ଆତଙ୍କ ସୃଷ୍ଟି କରିଛି ସେଥିପାଇଁ ନବୀନ ହୋଲି ଖେଳିବେ ନାହିଁ ବୋଲି ଜଣାପଡିଛି। ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଚଳିତ ବର୍ଷ ହୋଲି ଖେଳିବେ ନାହିଁ ବୋଲି ଘୋଷଣା କରିଛନ୍ତି। କରୋନା ଭାଇରସ ପାଇଁ ସେ ଏହି ହୋଲି ପାଳିବେ ନାହିଁ ବୋଲି କହିଛନ୍ତି।
ସେହିପରି ଓଡିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମଧ୍ୟ ହୋଲି ଖେଳିବେ ନାହିଁ ବୋଲି ରାଜଭବନ ତରଫରୁ ସୂଚନା ଦିଆଯାଇଛି। ସୂଚନା ଅନୁସାରେ ହୋଲି ହେଉଛି ମିଳନର ପର୍ବ। ହେଲେ ବର୍ତ୍ତମାନ କରୋନା ଭାଇରସ ସଂକ୍ରମଣ ହେବା ଏହି ମିଳନ ଅନ୍ୟ ଏକ କାରଣ। ସେଥିପାଇଁ ରାଜ୍ୟପାଳ ହୋଲି ପାଳନ କରିବେ ନାହିଁ ବୋଲି ଜଣାଇ ଦେଇଛନ୍ତି। ବର୍ତ୍ତମାନ କରୋନା ଭାଇରସ ଯୋଗୁଁ ଦେଶରେ ହୋଲି ପର୍ବ ପୁରା ଫିକା ପଡିଯିବ ବୋଲି ଜଣାପଡିଛି। ମୁଖ୍ୟତଃ ଚୀନରୁ ପର୍ଯ୍ୟାପ୍ତ ପରିମାଣର ରଙ୍ଗ ଭାରତକୁ ଆମଦାନୀ ହୋଇଥାଏ। ଚାଇନା ବାଣ ପରି ଭାରତରେ ଚାଇନା ରଙ୍ଗର ମଧ୍ୟ ଏକ ବଡ ବଜାର ରହିଛି। ବର୍ତ୍ତମାନ କରୋନା ଭାଇରସର ଉତ୍ପତି ସ୍ଥଳ ଚୀନ ହୋଇଥିବାରୁ ଅନେକ ଏହି ରଙ୍ଗ କିଣି ବ୍ୟବହାର କରିବାକୁ ମଧ୍ୟ ଡରୁଛନ୍ତି। ପୋଲିସ ତରଫରୁ ହୋଲି ରଙ୍ଗ ବିକ୍ରି ଦୋକାନ ଉପରେ ମଧ୍ୟ ଚଢାଉ କରିବାରେ ଲାଗିଛନ୍ତି। ସେଥିପାଇଁ ଚଳିତ ବର୍ଷ କରୋନା ହୋଲିର ରଙ୍ଗକୁ ଉଡାଇ ନେବ ବୋଲି ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ