ହୋଲି ଖେଳିବେନି ଯବାନ

ପୁଲୱାମା ଘଟଣାକୁ ମନେ ପକାଇ ଚଳିତ ଥର ହୋଲି ପାଳନ କରୁନାହନ୍ତି ସିଆରପିଏଫ୍ ଯବାନ।
ରଙ୍ଗର ପର୍ବ ହୋଲି। ହୋଲିରେ ପ୍ରିୟଜନକୁ ରଙ୍ଗ ଲଗାଇ ସାରାଦେଶରେ ହୋଲିରେ ପାଳନ ହୋଇଥାଏ। ହେଲେ ଚଳିତ ବର୍ଷ ସେଣ୍ଟ୍ରାଲ ରିର୍ଜଭ ପୋଲିସ୍ ଫୋର୍ସ(ସିଆରପିଏଫ୍) ହୋଲି ପାଳନ କରୁନାହାନ୍ତି। ପୁଲୱାମା ଘଟଣାକୁ ମନେ ପକାଇ ନିଜ ସାଥୀମାନଙ୍କୁ ସମ୍ମାନ ଜଣାଇବାକୁ ଏହି ନିଷ୍ପତ୍ତି ନିଆଯାଇଛି। ହୋଲି ପାଇଁ କୌଣସି ବିଶେଷ ସମାରୋହର ଆୟୋଜିତ ମଧ୍ୟ କରାଯାଇନାହିଁ।
ଏନେଇ ସିଆରପିଏଫ୍ ମୁଖ୍ୟ କାର‌୍ୟ୍ୟାଳୟରୁ ଏକ ନୋଟିସ ଜାରି ହୋଇଛି। ଏହି ନିଷ୍ପତ୍ତି ଜରିଆରେ ସହୀଦଙ୍କ ପରିବାରଙ୍କ ସମ୍ମାନ ଦେବାକୁ ସିଆରପିଏଫ୍ ଏହି ନିଷ୍ପତ୍ତି ନିଆଯାଇଛି।
ପୁଲୱାମା ଆତଙ୍କବାଦୀ ଘଟଣାକୁ ଦେଶବାସୀ ଭୁଲି ନାହନ୍ତି। ଫେବ୍ରୁଆରି ୧୪ରେ ଜମ୍ମୁ କଶ୍ମୀର ପୁଲୱାମାରେ ଆତଙ୍କବାଦୀ ଏକ ବଡ଼ ଧରଣର ବିସ୍ଫୋରଣ କରିଥିଲେ। ଏହି ବିସ୍ଫୋରଣରେ ସିଆରପିଏଫ୍ର ୪୦ ଯବାନ ସହୀଦ ହୋଇଥିଲେ।
କେବଳ ସିଆରପିଏଫ୍ ନୁହେଁ, ଗୃହମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଏ ବର୍ଷ ହୋଲି ପାଳନ କରୁନାହାନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ