ହୋଲି ଗଣ୍ଡଗୋଳ, ୬ରୁ ଅଧିକ ଆହତ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ଅଞ୍ଚଳରେ ଗତ ଦୁଇଦିନ ଧରି ଶାନ୍ତି ଶୃଙ୍ଖଳାର ସହିତ ରଙ୍ଗର ପର୍ବ ହୋଲି ଉତ୍ସବ ପାଳିତ ହୋଇଥିବା ବେଳେ ସାମାନ୍ୟ କେତେକ ଜାଗାରେ ନିଶାଖୋର ପ୍ରବୃତ୍ତି ଯୁବକ ମାନଙ୍କ ବିଶୃଙ୍ଖଳିତ ପାଇଁ ଗଣ୍ଡଗୋଳ ଘଟି୬ରୁ ଅଧିକ ଆହତ ହୋଇଛନ୍ତି। ସୂଚନା ଅନୁସାରେ ଜଗନ୍ନାଥପ୍ରସାଦ ଗ୍ରାମରେ ରଙ୍ଗ ଖେଳ ସରିଥିବା ବେଳେ ପରବର୍ତ୍ତୀ ସମୟରେ ସାମାନ୍ୟ କଥାକୁ ନେଇ ଗଣ୍ଡଗୋଳ ଘଟିଥିଲା। ଏଥିରେ ଚାରିରୁ ଅଧିକ ଆହତ ହୋଇଥିଲେ। ଏନେଇ ଗଣ୍ଡଗୋଳ କାରୀ ଦୁଇପକ୍ଷ ଥାନାରେ ଅଭିଯୋଗ କରିଛନ୍ତି। ସେହିଭଳି ଛତାବର ଓ ନେଉଳିଆ ଅଞ୍ଚଳରେ ମଧ୍ୟ ଗଣ୍ଡଗୋଳ ଘଟି ଦୁଇଜଣ ଆହତ ହୋଇଛନ୍ତି। ଏନେଇ ମଧ୍ୟ ପୁଲିସ ନିକଟରେ ଅଭିଯୋଗ ହୋଇଥିବା ବେଳେ ଥାନା ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।


