ହୋଲି ଭାଇଚାରା ସୃଷ୍ଟି କଲା
ହିଞ୍ଜିଳିକାଟ (ଶେଷଦେବ ସାହୁ): ପାରମ୍ପରିକ ହିନ୍ଦୁ ତଥା ରଙ୍ଗର ପର୍ବ ହୋଲି ଶୁକ୍ରବାର ହିଞ୍ଜିଳିକାଟୁ ସହର ସମେତ ନିକଟବର୍ତି ଅଂଚଳ ଗୁଡ଼ିକରେ ମହା ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି । ବିନ୍ନ୍ ରକମର ବାଦ୍ୟର ତାଳେ ତାଳେ ରଙ୍ଗ ବୋଳାବୋଳି ହୋଇ ଅବାଳ ବୃଦ୍ଧ ବନିତା ନାଚ ଗୀତରେ ମସଗୁଲ ହୋଇଥିଲେ । ଫଳରେ ଏଠାରେ ଏକ ନିଆରା ପରିବେଷ ସୃଷ୍ଟି ହୋଇଥିଲା । ସବୁ ବର୍ଗର ଲୋକ ଛୋଟ ବଡ଼ ଧନୀ, ଗରିବ, ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏକାକାର ହୋଇଯାଇଥିବାରୁ ଭାଇଚାରା ସୃଷ୍ଟି ହୋଇଥିଲା । ସ୍ଥାନୀୟ ସହର ସମତେ ନିକଟବର୍ତି ଗ୍ରାମାଂଚଳର ଛୋଟ ଛୋଟ ପପିଲାମାନେ ମଧ୍ୟ ,ହୋଲିର ମଜା ଉଠାଇଥିଲେ । ବିଭିନ୍ନ ବାଦ୍ୟ, ବାଜଣା , ଡ଼ିଜେ ଓ ନାଚଗୀତ ମାଧ୍ୟମରେ ଫଗୁ ରଙ୍ଗରେ ରଙ୍ଗାୟିତ ହୋଇ ସମସ୍ତେ ସମସ୍ତଙ୍କୁ ଆଲିଙ୍ଗନ କରିବା ସହ ମିଠା ଖୁଆଇ ହୋଲିର ଶୁଭେଛା ଜଣାଇଥିଲେ । ସ୍ଥାନୀୟ ପୌରାଂଚଳର ବ୍ଳକ ଛକ, ବସଷ୍ଟାଣ୍ଡ, ବିଜୁ ପଟ୍ଟନାୟକ ଛକ, ରଜାସାହି ଛକ, ସିନେମାହଲ ଛକ, ମାଣିକ ନଗର ଛକ, ବଇଁଚବଣିଆ, ଆଙ୍କେ୍ାରଡ଼ା, ନୂଆଁଗଡ଼, ହିଞ୍ଜିଳି, ସୋମପୁର ଆଦି ଛକ ଗୁଡ଼ିକ ସମେତ ନିକଟବର୍ତି ଗ୍ରାମାଂଚଳ ଗୁଡ଼ିକରେ ନାଚଗୀତର ଆସର ଜମିଥିଲା । ସ୍ଥାନେସ୍ଥାନେ ବାଣ ଫୁଟାଇ ନାଚଗୀତ କରାଯାଇଥିଲା । ହିଞ୍ଜିଳି ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାଶଙ୍କନେତୃତ୍ୱରେ ପେଟ୍ରୋଲିଂ ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା । ହିଞ୍ଜିଳିକାଟୁ ପୌରାଂଚଳ ସମେତ ନିକଟବର୍ତି ଗ୍ରାମାଂଚଳ ଗୁଡ଼ିକରେ ଶାନ୍ତି ଶୃଙ୍ଖଳାର ସହିତ ରଙ୍ଗର ପର୍ବ ହୋଲି ପାଳିତ ହୋଇଯାଇଛି ।


