ହୋ ଭାଷା କ୍ରିୟାନୁଷ୍ଠାନ କମିଟିର ବୈଠକ

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ଆଦିବାସୀ ହୋ ଭାଷାର ସମ୍ବିଧାନର ୮ମ ଅନୁଚ୍ଛେଦରେ ସାମିଲ ପାଇଁ ଦୀର୍ଘଦିନ ଧରି ଦାବି ସହିତ ଆନ୍ଦୋଳନ ହୋଇ ଆସୁଅଛି l ହୋ ଭାଷା ଆନ୍ଦୋଳନକୁ ସମର୍ଥନ କରୁଥିବା ବିଭିନ୍ନ ସଂଗଠନଗୁଡିକୁ ନେଇ ସର୍ବ ସମ୍ମତି କ୍ରମେ ୨୦୧୧ ମସିହା ରାଇରଙ୍ଗପୁରସ୍ଥିତ କୁଡୁମୀ ଭବନଠାରେ ଅଖିଳ ଭାରତ ହୋ ଭାଷା କ୍ରିୟାନୁଷ୍ଠାନ କମିଟି ଗଠନ କରାଯାଇଥିଲା l ଏହା ପରଠାରୁ ଏହି ସଂଗଠନ ଦ୍ୱାରା ହିଁ ଜାତୀୟ ସ୍ତରରେ ହୋ ଭାଷାର ମାନ୍ୟତା ପାଇଁ ଆନ୍ଦୋଳନକୁ ବଜାୟ ରଖାଯାଇଛି l ହୋ ଭାଷାର ସାମ୍ବିଧାନିକ ମାନ୍ୟତା ପାଇଁ ଓଡିଶା ସରକାର ୩ ଥର ଏବଂ ଝାରଖଣ୍ଡ ସରକାର ୨’ଥର କେନ୍ଦ୍ର ସରକାରଙ୍କ ସ୍ଵରାଷ୍ଟ୍ର ମନ୍ତ୍ରାଳୟକୁ ସୁପାରିଶ କରାଯାଇଛି l ହୋ ମାନ୍ୟତା ପ୍ରସଙ୍ଗରେ ତୃତୀୟ ଥର ପାଇଁ ଅଖିଳ ଭରତ ହୋ ଭାଷା କ୍ରିୟାନୁଷ୍ଠାନ କମିଟି ଅଗଷ୍ଟ ୨୧ ତାରିଖରେ ନୂଆଦିଲ୍ଲୀଠାରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ପାଇଁ ସ୍ଥିର କରାଯାଇଛି l ଉକ୍ତ ପ୍ରସ୍ତାବିତ ବିକ୍ଷୋଭ କାର୍ଯ୍ୟକ୍ରମକୁ ସଫଳତା ପାଇଁ ରାଇରଙ୍ଗପୁରଠାରେ ବୁଦ୍ଧିଜୀବିମାନଙ୍କୁ ନେଇ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି l ହୋ ଭାଷା କ୍ରିୟାନୁଷ୍ଠାନ କମିଟିର ଜିଲ୍ଲା ସଭାପତି ଆଇନଜୀବି ବିର୍ସା କଣ୍ଡାଙ୍ଗକେଲଙ୍କ ଆବାହକତ୍ୱରେ ଉକ୍ତ ବୈଠକରେ ହୋ ଭାଷା କ୍ରିୟାନୁଷ୍ଠାନ କମିଟିର ରାଜ୍ୟ ପ୍ରବକ୍ତା ମନୋରଞ୍ଜନ ତିରିଆ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ସଭ୍ୟ ଜଲେନ ବାର୍ଦା, ଆଇନଜୀବି ଟିକୁନ ଜେରାଇ, ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ଜୟପାଲ ସିଂ ମୁନ୍ଦୁୟା, ଅବସରପ୍ରାପ୍ତ ବୀମା ଅଧିକାରୀ ଯୋଗେଶ୍ୱର ଚାତାର, ଟାଙ୍ଗୁରୁ ବୈପାଇ, ରାଜାରାମ ବାଗେ, ଅନୀଲ କୁମାର ବିରୁଆ, ହୋ ସମାଜ ସିଦାହରା ସୁସାର ଅକାଳା ରାଇରଙ୍ଗପୁର ଶାଖା ସଭାପତି ପଦ୍ମଚରଣ ବାଣ୍ଡ୍ରା ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ