ହ୍ରିତିକ୍-ଟାଇଗରଙ୍କ “ୱାର୍’ ହେବ ବ୍ଲକବଷ୍ଟର୍ !
ମୁମ୍ବାଇ: ଅକ୍ଟୋବର ୨ରେ ପରଦାକୁ ଆସିବ ସୁପରଷ୍ଟାର ହ୍ରିତିକ୍ ରୋଶନ ଏବଂ ଟାଇଗର ଶ୍ରଫଙ୍କ ଅଭିନୀତ ଚଳଚ୍ଚିତ୍ର “ୱାର’ । ଏହା ଏକ ବ୍ଲକବଷ୍ଟର ଫିଲ୍ମ ହେବ ବୋଲି ଚର୍ଚ୍ଚା ହେବାରେ ଲାଗିଛି । ପ୍ରଥମେ ଟ୍ରେଲର ଆଉ ଏବେ ୟୁଏଇରୁ ମିଳିଥିବା ପ୍ରଥମ ରିଭ୍ୟୁକୁ ନେଇ ଏପରି କିଛି ଆଶା କରାଯାଉଛି ।
ୱାରକୁ ନିର୍ଦ୍ଦେଶନା ଦେଇଛନ୍ତି ସିଦ୍ଦାର୍ଥ ଆନନ୍ଦ । ପ୍ରଯାଜନା ଭାର ସମ୍ଭାଳିଛନ୍ତି ଆଦିତ୍ୟ ଚୋପ୍ରା । ନାୟିକା ସାଜିଛନ୍ତି ବାଣୀ କପୁର । ବାଣୀଙ୍କ ସହ ଉଭୟ ନାୟକଙ୍କ ନୃତ୍ୟ ଏବଂ ଆକ୍ସନ ଫିଲ୍ମକୁ ମଜାଦାର କରୁଥିବା ୟୁଏଇ ପ୍ରଶଂସକମାନେ ମତ ରଖିଛନ୍ତି । ରିଲିଜ ପୂର୍ବରୁ ଏହାର ଆଡ୍ଭାନ୍ସ ବୁକିଂ ଆରମ୍ଭ ହାଇଛି । ପ୍ରଥମ ଦିନର ଶୋ’ ପାଇଁ ୭.୧୦ କୋଟି ଟିକେଟ ବିକ୍ରି ହୋଇସାରିଛି । ଅପରପକ୍ଷେ ଛୁଟି ଦିନରେ ରିଲିଜ ହେଉଥିବାରୁ ଏହା ଭଲ ବ୍ୟବସାୟରୁ ଓପନିଂ ଆରମ୍ଭ କରିବ ବୋଲି ନିର୍ମାତାମାନେ ଆଶା କରୁଛନ୍ତି ।