ହ୍ୟାକ୍ ହୋଇପାରେ ବ୍ଲୁଟୁଥ୍ ଡିଭାଇସ୍‌

ସମ୍ପ୍ରତି କୌଣସି ୱେବ୍‌ସାଇଟ୍ ବା ଅନ୍‌ଲାଇନ୍ ଆକାଉଣ୍ଟ୍ ହ୍ୟାକ୍ ହେବା ସାଧାରଣ ଘଟଣା ହୋଇଗଲାଣି । ଏବେ ବ୍ଲୁଟୁଥ୍ ହ୍ୟାକ୍ ହେବା ଘଟଣା ନଜରକୁ ଆସିଛି । ସ୍ମାର୍ଟଫୋନଠୁ ଆରମ୍ଭ କରି ସ୍ମାର୍ଟ ସ୍ପିକର ଏବଂ ସ୍ମାର୍ଟୱାଚ୍ ପର୍ଯ୍ୟନ୍ତ ସବୁ ଡିଭାଇସ୍‌ରୁ ବ୍ଲୁଟୁଥର ସପୋର୍ଟ ମିଳିଥାଏ । ଏପରି ଅନେକ ଡିଭାଇସ୍ ରହିଛି ଯାହା ବ୍ଲୁଟୁଥ୍ ସପୋର୍ଟ ସହ କାମ କରୁଛି । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ବ୍ଲୁଟୁଥ ଜରିଆରେ କଥାବାର୍ତ୍ତା କରିବା ଏବଂ ଡାଟା ସେୟାର କରିବା କୌଣସି ବିପଦଠୁ କମ୍ ନୁହେଁ । ବ୍ଲୁଟୁଥ୍ ଡିଭାଇସ୍ ହ୍ୟାକରଙ୍କ ଟାର୍ଗେଟରେ ରହିଛି ଏବଂ ଏହା ଜରିଆରେ ଆପଣଙ୍କ ବ୍ୟକ୍ତିଗତ ସୂଚନା ଚୋରି ହୋଇପାରେ । ନିକଟରେ ଲଣ୍ଡନରେ ହୋଇଥିବା କମ୍ପ୍ୟୁଟର ଆଣ୍ଡ କମ୍ୟୁନିକସେନ ସିକ୍ୟୁରିଟିର କନଫରେନ୍ସରେ ଏକ ରିପୋର୍ଟ ଜାରି କରାଯାଇଛି । ଏଥିରେ ଦାବି କରାଯାଇଛି ଯେ ବ୍ଲୁଟୁଥ ଡିଭାଇସ ହ୍ୟାକ୍ ହେବାର ଆଶଙ୍କା ରହିଛି । ରିପୋର୍ଟ ମୁତାବକ ଲୋ ଏନର୍ଜି ବ୍ଲୁଟୁଥ ଡିଭାଇସ୍ ଡିଭାଇସରେ ହ୍ୟାକିଙ୍ଗର ଆଶଙ୍କା ଅଧିକ ରହିଛି । ରିପୋର୍ଟରେ କୁହାଯାଇଛି ଯେ ବ୍ଲୁଟୁଥ ଡିଭାଇସକୁ ଯେତେବେଳେ ଅନ୍ୟ ବ୍ଲୁଟୁଥ ଡିଭାଇସ୍ ସହ ପେୟାର କରାଯାଇଥାଏ ସେହି ସମୟରେ ହ୍ୟାକିଙ୍ଗର ସବୁଠୁ ଅଧିକ ବିପଦ ଆଶଙ୍କା ରହିଥାଏ । ଅଧ୍ୟୟନ ମୁତାବକ ଫିଟନେସ୍ ଟ୍ରେକର, ସ୍ମାର୍ଟ ସ୍ପିକର,ସ୍ମାର୍ଟୱାଚ୍ ହ୍ୟାକିଙ୍ଗ ପାଇଁ ଅତ୍ୟନ୍ତ ସହଜ ମାଧ୍ୟମ ଅଟେ । ଯେତେବେଳେ ଆପଣ ନିଜ ଡିଭାଇସକୁ ଅନ୍ୟ କୌଣସି ବ୍ଲୁଟୁଥ ଡିଭାଇସ୍ କିମ୍ବା ଆପ୍ ସହ କନେକ୍ଟ କରିଥାଆନ୍ତି ସେତେବେଳେ ଦୁଇଟି ମଧ୍ୟରେ ଯେଉଁ କମ୍ୟୁନିକସେନ୍ ହୋଇଥାଏ ଏହାକୁ ୟୁୟୁଆଇଡି ଅର୍ଥାତ୍ ୟୁନିଭର୍ସାଲି ୟୁନିକ୍ ଆଇଡେଣ୍ଟିଫାୟର କୁହାଯାଏ । ଏହି ଆଇଡେଣ୍ଟିଫାୟର ଆପଣଙ୍କ ଫୋନରେ ଥିବା ଆପକୁ ବ୍ଲୁଟୁଥ୍ ଡିଭାଇସକୁ କନେକ୍ଟ କରିଥାଏ,କିନ୍ତୁ ଏହି ଆଇଡେଣ୍ଟିଫାୟର ଆପଣଙ୍କ ଫୋନକୁ ହ୍ୟାକ୍ ମଧ୍ୟ କରିଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ