ହ୍ୟାଣ୍ଡଲୁମ ଏକ୍ସପୋରେ ଲାଗିଛି ଭିଡ଼
ବାରିପଦା,(ମୁରାରୀ ମୋହନ ମହାପାତ୍ର):ବାରିପଦା ଛଉ ପଡିଆ ଠାରେ ଚାଲିଥିବା ହ୍ୟାଣ୍ଡଲୁମ ଏକ୍ସପୋରେ ପ୍ରତିଦିନ ସନ୍ଧ୍ୟାରେ ଭିଡ଼ ଦେଖିବାକୁ ମିଳୁଛି. ଏହି ପ୍ରଦର୍ଶନୀରେ 18 ଟି ରାଜ୍ୟରୁ 50ଟି ଷ୍ଟଲ ଖୋଲା ଯାଇଛି. ପ୍ରଦର୍ଶନୀରେ ବନାରସୀ କଟନ ଶାଢ଼ୀ, ବଙ୍ଗାଳୀ ଶାଢ଼ୀ, ଲକ୍ଷ୍ନୌର ଚିକେନବର୍କ କୁର୍ତ୍ତି ଏବଂ ଶାଢ଼ୀ, କାଶ୍ମୀର ଶାଢ଼ୀ ଏବଂ ଶାଲ, ମହିଳା ମାନଙ୍କର କୁର୍ତ୍ତି, କାଶ୍ମୀର କୁର୍ତ୍ତି, ନାଇଟି, ରାଜସ୍ଥାନୀ ପ୍ରିଣ୍ଟେଡ ବେଡସିଟ ଏବଂ ବେଡ କଭର, ଉତ୍ତର ପ୍ରଦେଶର ବେଡସିଟ, ତକିଆ ଖୋଳ, ଖସଡା ବେଡସିଟ, ଶୋଫା ଓ ଟେବୁଲ କଭର, ପଞ୍ଜାବୀ କୁର୍ତ୍ତି ସହିତ କୃତ୍ରିମ ଜୁୟେଲାରୀ ଏବଂ ଆହୁରି ଅନେକ ସୌଖିନ ସାମଗ୍ରୀ ସୁଲଭ ମୂଲ୍ୟରେ ମିଳୁଥିବାରୁ ଗ୍ରାହକ ମାନଙ୍କର ଭିଡ଼ ଲାଗିଛି.