ହ୍ୟୁଣ୍ତାଇ ମୋଟର ଇଣ୍ଡିଆ ଲିମିଟେଡ୍‌ର ଇନିସିଆଲ ପବ୍ଲିକ୍ ଅଫର ୨୦୨୪ ଅକ୍ଟୋବର ୧୫ରେ ଖୋଲିବ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):କ୍ରିସିଲ ରିପୋର୍ଟ ଅନୁସାରେ ହ୍ୟୁଣ୍ତାଇ ମୋଟର ଇଣ୍ଡିଆ ଲିମିଟେଡ୍ ହେଉଛି ୨୦୨୩ ବର୍ଷରେ ଦୁନିଆର ତୃତୀୟ ସର୍ବବୃହତ ଗାଡ଼ି ଓଇଏମ୍‌। କମ୍ପାନିର ଇନିସିଆଲ ପବ୍ଲିକ୍ ଅଫରିଂ (ଆଇପିଓ) ୨୦୨୪ ଅକ୍ଟୋବର ୧୫ ମଙ୍ଗଳବାର ଖୋଲିବ। ଆଙ୍କର ନିବେଶକମାନେ ଅଫର ତାରିଖର ଗୋଟିଏ ଦିନ ପୂର୍ବରୁ ୨୦୨୪ ଅକ୍ଟୋବର ୧୪ରେ ବିଡ୍ ଦାଖଲ କରିପାରିବେ। ଏହି ଇସ୍ୟୁର ଅଫର ୨୦୨୪ ଅକ୍ଟୋବର ୧୭ ତାରିଖରେ ବନ୍ଦ ହେବ।ଅଫରରେ ଇକ୍ୱିଟି ସେୟାର ପିଛା ଦାମ୍ ୧୮୬୫ ଟଙ୍କାରୁ ୧୯୬୦ ଟଙ୍କା ମଧ୍ୟରେ ଧାର୍ଯ୍ୟ କରାଯାଇଛି। ନିବେଶକମାନେ ସର୍ବନିମ୍ନ ୭ଟି ଇକ୍ୱିଟି ସେୟାରର ବିଡ୍ ଦାଖଲ କରିପାରିବେ ଏବଂ ଏହା ପରେ ୭ଟି ଲେଖାଏଁ ଇକ୍ୱିଟି ସେୟାର ସେଥିରେ ଯୋଡ଼ିପାରିବେ। କମ୍ପାନିର ଇନିସିଆଲ୍ ପବ୍ଲିକ୍ ଅଫରିଂରେ ହ୍ୟୁଣ୍ତାଇ ମୋଟର କଂପାନି ପକ୍ଷରୁ ୧୪,୨୧,୯୪,୭୦୦ ଇକ୍ୱିଟି ସେୟାରକୁ ଅଫର୍ ଫର୍ ସେଲ୍‌ରେ ବିକ୍ରି କରାଯିବ। ଏହି ଅଫରର କୌଣସି ପାଣ୍ଠିକୁ କମ୍ପାନି ହାସଲ କରିବ ନାହିଁ। ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିୟମ ଅନୁସାରେ ଏହି ଅଫରର ୫୦ ପ୍ରତିଶତ ଇକ୍ୱିଟି ସେୟାରକୁ ଯୋଗ୍ୟ ସଂସ୍ଥାଗତ କ୍ରେତା (କ୍ୟୁଆଇବି)ମାନଙ୍କ ଲାଗି ସଂରକ୍ଷିତ ରଖାଯିବ । ତାହାର ୬୦ ପ୍ରତିଶତ ଇକ୍ୱିଟି ସେୟାରକୁ ସମାନୁପାତିକ ଭିତିରେ ଆଙ୍କର ନିବେଶକଙ୍କୁ ଦିଆଯାଇପାରିବ । ସେଥିରୁ ଏକ ତୃତୀୟାଂଶ ଇକ୍ୱିଟି ସେୟାର ଘରୋଇ ମ୍ୟୁଚୁଆଲ ଫଣ୍ଡ ଲାଗି ସଂରକ୍ଷିତ ରହିବ। ନିଟ କ୍ୟୁଆଇବିର ୫ ପ୍ରତିଶତ ଇକ୍ୱିଟି ସେୟାରକୁ ସମାନୁପାତିକ ଭିତିରେ ମ୍ୟୁଚୁଆଲ ଫଣ୍ଡ ଲାଗି ରଖାଯିବ । ଯଦି ମ୍ୟୁଚୁଆଲ ଫଣ୍ଡର ହାରାହାରି ଭାଗ କ୍ୟୁଆଇବି ଭାଗର ୫ ପ୍ରତିଶତରୁ କମ ରହିବ ତେବେ ତାହାକୁ କ୍ୟୁଆଇବି ଭାଗରେ ଯୋଡ଼ାଯିବ। ନିଟ ଅଫରର ୧୫ ପ୍ରତିଶତ ରାଶିକୁ ଅଣ ସଂସ୍ଥାଗତ ନିବେଶକମାନଙ୍କ ଲାଗି ରଖାଯିବ। ସେଥିରୁ ୩୫ ପ୍ରତିଶତ ଇକ୍ୱିଟି ସେୟାର ଖୁଚୁରା ନିବେଶକମାନଙ୍କ ଲାଗି ରହିବ ।କମ୍ପାନିର ଇକ୍ୱିଟି ସେୟାରକୁ ବିଏସ୍‌ଇ ଲିମିଟେଡ୍ ଓ ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜରେ ତାଲିକାଭୁକ୍ତ କରିବାର ପ୍ରସ୍ତାବ ରହିଛି।ଏହି ଅଫରର ବୁକ୍ ରନିଂ ଲିଡ୍ ମ୍ୟାନେଜର ହେଉଛନ୍ତି କୋଟକ୍ ମହିନ୍ଦ୍ରା କ୍ୟାପିଟାଲ୍ କମ୍ପାନି ଲିମିଟେଡ୍‌, ସିଟିଗ୍ରୁପ୍ ଗ୍ଲୋବାଲ୍ ମାର୍କେଟ୍‌ସ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍‌, ଏଚ୍‌ଏସ୍‌ବିସି ସିକ୍ୟୁରିଟିଜ୍ ଆଣ୍ଡ କ୍ୟାପିଟାଲ୍ ମାର୍କେଟ୍‌ସ (ଇଣ୍ଡିଆ) ପ୍ରାଇଭେଟ୍ ଲିମିଟେଡ୍‌, ଜେ ପି ମୋର୍ଗାନ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ ଓ ମୋର୍ଗାନ୍ ଷ୍ଟାନ୍‌ଲି ଇଣ୍ଡିଆ କମ୍ପାନି ପ୍ରାଇଭେଟ୍ ଲମିଟେଡ୍‌।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ