ହ୍ୱାଟସ୍ଆପ୍ ଚାଟିଂ ମହଙ୍ଗା ପଡ଼ିଲା ; ୫ ନିଲମ୍ବିତ
ଜବଲପୁର: ସୁପ୍ରିମକୋର୍ଟ ଅଯୋଧ୍ୟା ମାମଲାର ଶୁଣାଣି କରିବା ସମୟରେ ରାଜ୍ୟର କେତେକ ସମ୍ବେଦନଶୀଳ ଅଞ୍ଚଳରେ ଡିୟୁଟିରେ ଥିବା କିଛି ପୁଲିସ୍ ହ୍ୱାଟସଆପରେ ଚାଟିଂ କରୁଥିବା ହେତୁ ସେମାନଙ୍କୁ ନିଲମ୍ବିତ କରାଯାଇଛି । ମଧ୍ୟପ୍ରଦେଶରେ ଜବଲପୁର ସହରରେ ଡିୟୁଟି କରୁଥିବା କିଛି ପୁଲିସ୍ ଏପରି କରିଥିବା ସୂଚନା ରହିଛି । ଅଯୋଧ୍ୟା ମାମଲା ପରି ଏକ ସମ୍ବେଦନଶୀଳ ମାମଲାର ଶୁଣାଣି ସମୟରେ କାର୍ଯ୍ୟରତ ପୁଲିସମାନେ ଏପରି ଖାମଖିଆଲି କରିଥିବା ହେତୁ ସେମାନଙ୍କୁ ନିଲମ୍ବିତ କରାଯାଇଛି ବୋଲି ରବିବାର ଜଣେ ଅଧିକରୀଙ୍କ ସୂତ୍ରରୁ ଜାଣିବାକୁ ମିଳିଛି ।ଅଯୋଧ୍ୟା ରାମ ମନ୍ଦିର ଓ ବାବ୍ରୀ ମସଜିଦ ମାମଲାର ଗୁରୁତ୍ୱପୂର୍ଣ୍ଣ ରାୟ ଚାଲିଥିବା ବେଳେ କାଳେ ଏ ନେଇ ହିଂସା ଉପୁଜିପାରେ ବୋଲି ଆଶଙ୍କା କରାଯିବା ପରେ କେତେକ ସମ୍ବେଦନଶୀଳ ଅଞ୍ଚଳରେ ପୁଲିସଙ୍କୁ ମୁତୟନ କରାଯାଇଥିଲା । ଏ ସଂପର୍କରେ ଜବଲପୁର ପୁଲିସ୍ ସୁପରିଟେଣ୍ଡେଣ୍ଟ୍ କହିଛନ୍ତି ଯେ ବିଶେଷ ସୂତ୍ରରୁ କରାଯାଉଥିବା ଏକ ତଦନ୍ତରୁ ଜାଣିବାକୁ ମିଳିଛି ଯେ କାର୍ୟ୍ୟରତ ଅବସ୍ଥାରେ ୫ ଜଣ ପୁଲିସ୍ଙ୍କୁ ସୋସିଆଲ୍ ନେଟୱର୍କିଂ ସାଇଟ୍ ହ୍ୱଟସଆପରେ ଚାଟିଂ କରୁଥିବାର ଦେଖିବାକୁ ମିଳିଥିଲା ।


