ାୟୁବିଏସ୍‌ଏସ୍ ତରଫରୁ ରବି ଟକିଜ ଓ ଟଙ୍କପାଣି ଅଂଚଳ ସାନିଟାଇଜେସନ

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ଉତ୍କଳ ବିପନ୍ନ ସହାୟତା ସମିତି ଦ୍ୱାରା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, ବୁଦ୍ଧେଶ୍ୱରୀ ନଗର ତରଫରୁ ରବି ଟକିଜ ଓ ଟଙ୍କପାଣି ଆଦି ଅଂଚଳକୁ କରୋନା ମହାମାରୀ ସଂକ୍ରମଣକୁ ରୋକିବା ନିମନ୍ତେ ସାନିଟାଇଜେସନ କରାଯାଇଥିଲା । କରୋନା ସଂକ୍ରମଣକୁ ରୋକିବା ନିମନ୍ତେ ୟୁବିଏସ୍‌ଏସ୍ ଓ ସଂଘର ସ୍ୱୟଂସେବକମାନେ ଲକ୍‌ଡାଉନ ଆରମ୍ଭ ହେବା ଦିନଠାରୁ ବିଭିନ୍ନ ସମୟରେ ରକ୍ତଦାନ ଶିବିର, ଅସହାୟ ମାନଙ୍କୁ ଖାଦ୍ୟ ବଂଟନ, ମାସ୍କ ବଂଟନ, କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା ପ୍ରଭୃତି କାର୍ଯ୍ୟ ଅହରହ କରିଆସୁଛନ୍ତି । ଏହି ପରିପ୍ରେକ୍ଷୀରେ ରବି ଟକିଜ୍ ନିକଟରୁ ଟଙ୍କପାଣି ରୋଡର ଉଭୟ ପାଶ୍ୱର୍, ବଡଗଡ ବ୍ରିଟ କଲୋନୀ, ଭିମେଶ୍ୱର ପାଟଣା ଆଦି ଅଂଚଳକକୁ ସ୍ୱସଂସେବକମାନେ ସାନିଟାଇଜେସନ କରିଥିଲେ । ଲିଙ୍ଗରାଜ ଭାଗକାର୍ଯ୍ୟବାହ ତାପସ କୁମାର ଜେନା, ଭାଗ ଶାରୀରିକ ପ୍ରମୁଖ କ୍ଷିରୋଦ ବିହାରୀ, ବୁଦ୍ଧେଶ୍ୱରୀ ନଗର କାର୍ଯ୍ୟବାହ ପଦ୍ମ୍ୟୁନ ଗୁଇ, ନଗର ସଂପର୍କ ପ୍ରମୁଖ ଶିବାଶିଷ ମହାପାତ୍ର, ନଗର ଶାରୀରିକ ପ୍ରମୁଖ ବେଣୁଧର ଦାସଙ୍କ ସମେତ ଅନେକ ସ୍ୱୟଂସେବକ ଏହି ସାନିଟାଇଜ କାମରେ ଭାଗ ନେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ