େଓøଦଗୀକ ବିକାଶରେ ନିସ୍ବଡ ଉତ୍ପ୍ରେରକ ସାଜିବା ଉଚିତ୍ – ଡଃ ମହେନ୍ଦ୍ର ନାଥ

ସ୍କିଲ ଡେଭେଲପମେଂଟ ଏଣ୍ଡ ଏଂଟରପ୍ରେନିଓରସିପ କେନ୍ଦ୍ରମନ୍ତ୍ରୀ ଡଃ ମହେନ୍ଦ୍ର ନାଥ ପାଣ୍ଡେ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଫର ଏଂଟରପ୍ରେନିଓରସିପ ଏଣ୍ଡ ସ୍ମଲ ବିଜିନେସ ଡେଭେଲପମେଂଟ (ନିସ୍ବଡ) ର ୩୪ତମ ଗଭର୍ଣ୍ଣିଂ କାଉନସିଲ ବୈଠକରେ ପ୍ରଶିକ୍ଷଣ ଅଂଶୀଦାର ମାନଙ୍କୁ ତାଲିକାଭୁକ୍ତ କରିବା ପ୍ରକ୍ରିୟାକୁ ଅଧିକ କଡାକଡି କରିବା ପାଇଁ ସ୍ପଷ୍ଟ ଇଙ୍ଗିତ ଦେଇଛନ୍ତି । ସେ କହିଛନ୍ତି ନିସ୍ବଡ ମଧ୍ୟରେ ଦିଆଯାଉଥିବା କୋର୍ସ ଗୁଡିକର ବିଷୟବସ୍ତୁ ବିତରଣ ଓ ଗୁଣବତା ଉପରେ ଗୁରୁତ୍ୱ ଦେବା ଉଚିତ୍ ।
ନିସ୍ବଡର ସାଧାରଣ ପରିଷଦ ବୈଠକ ୨୦୧୬ ମସିହା ପରେ ପ୍ରାୟ ଅଢେଇ ବର୍ଷ ଅନ୍ତରରେ ପୁନଶ୍ଚ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ବିଭିନ୍ନ ତାଲିମ କାର୍ଯ୍ୟକ୍ରମକୁ ଅଧିକ ପାରଦର୍ଶୀ ଓ ଫଳପ୍ରଦ କରିବା ପାଇଁ ତାଲିକା ଭୁକ୍ତ ହେବାର ଗାଇଡଲାଇନସ୍ ପରିବର୍ତନର ଆବଶ୍ୟକତା ଉପରେ ଆଲୋଚନା କରାଯାଇଥିଲା ।
୨୦୧୮-୧୯ ମସିହାରେ ନିସବଡ ପକ୍ଷରୁ ଦେଶ ବିଦେଶରେ ୪୪୦୦୦ ଜଣଙ୍କୁ ୧୪୬୫ କାର୍ଯ୍ୟକ୍ରମ ମାଧ୍ୟମରେ ତାଲିମ ଦିଆଯାଇଥିଲା । ଏହାର ଆରମ୍ଭ ଠାରୁ ବର୍ତମାନ ମଧ୍ୟରେ ପ୍ରାୟ ୧୨ଲକ୍ଷ ଲୋକଙ୍କୁ ତାଲିମ ଦିଆ ସରିଛି । ତନ୍ମଧ୍ୟରେ ୧୪୦ ଦେଶରେ ପ୍ରାୟ ୪୦୦୦ ତାଲିମ ନେଇଛନ୍ତି । ପରିଷଦର ସଭ୍ୟ ମାନଙ୍କୁ ଉଦ୍ବୋଧନ ଦେଇ ଡଃ ପାଣ୍ଡେ କହିଥିଲେ, “ ୫ ଟ୍ରିଲିଅନ ର ଅର୍ଥନୀତିର ମୁଳଦୁଆ ସାମର୍ଥ୍ୟରେ ବୃଦ୍ଧି, ଅର୍ଥନୀତିରେ େଓøପଚାରିକତା, ସହରୀକରଣ ଉପରେ ଗୁରୁତ୍ୱ, ଯୋଜନାଭୁକ୍ତ ନିବେଶ ଓ ମାନବ ସମ୍ବଳର ସଶକ୍ତିକରଣ ଉପରେ ପର୍ଯ୍ୟବେଶୀତ । େଓøଦଗୀକରଣ ଓ କ୍ଷୁଦ୍ରବ୍ୟବସାୟ ଭାରତର ଏହି ଲକ୍ଷ ହାସଲ କରିବାରେ ସହାୟତା କରିବ । ସ୍ଥାନୀୟ ଚାହିଦାକୁ ଆଖିରେ ରଖି ସ୍ୱଦେଶୀ ଉଦ୍ୟୋଗୀ ମାନଙ୍କ ଉପରେ ସେ ଗୁରୁତ୍ୱାରୋପଣ କରିଥିଲେ । ତେବେ ସାରା ବିଶ୍ୱ ଏକ ମର୍କେଟ ପାଲଟି ଯାଇଥିବା ଯୋଗୁଁ ଗୁଣବତା ଓ ମୁଲ୍ୟ ଉପରେ ଧ୍ୟାନଦେବା ଆବଶ୍ୟକ ବୋଲି ସେ କହିଥିଲେ । ଦେଶରେ ଉଦ୍ୟୋଗୀ ବାତାବରଣ ସୃଷ୍ଟି ପାଇଁ ଡଃ ପାଣ୍ଡେ ନିସବଡକୁ ଉପଗ୍ରାହକ ସାଜିବା ପାଇଁ ଆହ୍ୱାନ କରିଥିଲେ । ଏହା ଅନ୍ୟାନ୍ୟ ସରକାରୀ କାର୍ଯ୍ୟକ୍ରମ ଯଥା ମେକ ଇନ ଇଣ୍ଡିଆ ଇତ୍ୟାଦିରେ ସହାୟକ ହେବା ପାଇଁ କହିଥିଲେ । ସେ ନିସ୍ବଡ କୁ ଭବିଷ୍ୟତରେ ଡିଜିଟାଲ ଦିଗରେ ଗତି କରିବା ପାଇଁ ପ୍ରବର୍ତାଇଥିଲେ । ଏହା ଇ ପେ•, ଡିଜି ଲକର, ଡିଜିଟାଲ ସ୍ୱାକ୍ଷରିତ ଇ ସାର୍ଟିଫିକେଟ ଓ ପ୍ରତି ଅଂଶଗ୍ରହଣ କାରୀ ପାଇଁ ୟୁନିକ ଆଇଜି ଇତ୍ୟାଦି କରିାରିବ । ସେ କହିଥିଲେ ସ୍କିଲ ଇଣ୍ଡିଆର ସମସ୍ତ ସାର୍ଟିଫିକେଟ ଗୋଟିଏ ପୋର୍ଟାଲରେ ଉପଲବ୍ଧ ହେବା ଉଚିତ୍ । କୌଶଳ ବିକାଶ ଏବଂ ଉଦ୍ୟମଶିଳତା’ ର ସଚିବ ଡ. କେ.ପି. କ୍ରିଷ୍ନନ ସଦସ୍ୟ ମାନଙ୍କୁ କହିଛନ୍ତି ଯେ ନିସ୍ବଡ ବାରଣାସି ଭଳି ଧାର୍ମିକ ପର୍ଯ୍ୟଟନ ତଥା ବିଭିନ୍ନ କ୍ଷେତ୍ରରେ ବିଭିନ୍ନ କାର୍ଯ୍ୟ ପାଇଁ ନିୟୋଜିତ ବ୍ୟକ୍ତି ମାନେ ଯଥା (ଡଙ୍ଗା ସବାରି, ଅଟୋ ଚାଳକ, ମିଠା ଦୋକାନି, ଫୁଲ ବିକ୍ରେତା ଇତ୍ୟାଦି) ମାନଙ୍କ ପାଇଁ କି ରି ନୂଆ ଉଦ୍ୟମତା ମୋଡୁଲସ୍ ଦ୍ୱାରା କିରି ସେମାନଙ୍କର ଆୟକୁ ଦ୍ୱିଗୁଣିତ କରାଯାଇ ପାରିବ ସେଥି ୍ରତି ସେ ଦୃଷ୍ଟି ଆକର୍ଷଣ କରିଛନ୍ତି । ଏହି ଅବସରରେ ନିସ୍ବଡ ର ମହାନିର୍ଦ୍ଦେଶକ ରାଜେଶ ଅଗ୍ରୱାଲ ନିଜର ସ୍ୱାଗତ ଅଭିଭାଷଣରେ ସଦସ୍ୟ ମାନଙ୍କୁ କହିଥିଲେ ଯେ ନିସ୍ବଡ ଅତିଶିଘ୍ର ମୂଳ ସ୍ତରରେ କାର୍ଯ୍ୟ କରୁଥିବା ଅନୁଷ୍ଠାନ ମାନଙ୍କ ସହିତ ମିଳିତ ହୋଇ ନିଜ ପ୍ରଶିକ୍ଷଣର ଗତିବିଧି ଉପରେ ଲକ୍ଷ୍ୟ ରଖିବ ଏବଂ ନିଜର ମୁଳ ଆବଶ୍ୟକତା କୁ ପୁରଣ କରିବ । ମାନ୍ୟତା ପ୍ରକ୍ରିୟା ମାଧ୍ୟମରେ ନିସ୍ବଡ ର ବିଭିନ୍ନ କାର୍ଯ୍ୟକ୍ରମକୁ ଆଗକୁ ବଢାଇବା ସହିତ ଦେଶର ଉଦ୍ୟମତା କ୍ଷେତ୍ରରେ ଦିର୍ଘାୟୁ ହେବାର ସହାୟକ ହେବ । ନିସ୍ବଡ ଦ୍ୱାରା ଆୟୋଜିତ ୫ ଦିନିଆ ମଡେଲ କର୍ମଶାଳା ମାଧ୍ୟମରେ ପିଏମକେଭିୱାଇ ପ୍ରଶିକ୍ଷକଙ୍କୁ ପ୍ରଶିକ୍ଷଣରେ ସମର୍ଥନ କରୁଛି । ଯାହା ଏମପ୍ଲୟବିଲିଟି, ଏଂଟରପ୍ରେନରସି ଏବଂ ଲାଇଫ ସ୍କିଲ ନାମରେ ପରିଚିତ ଏବଂ ଏହା ୯୦ଟି କାର୍ଯ୍ୟକ୍ରମକୁ ପରିଚାଳିତ କରିଛି, ଯାହା ମାଧ୍ୟମରେ ୨୦୦୨ ଜଣ ପ୍ରଶିକ୍ଷକଙ୍କୁ ପ୍ରଶିକ୍ଷଣ ଦିଆଯାଇଛି । କୌଶଳ ବିକାଶ ଏବଂ ଉଦ୍ୟମତା ମନ୍ତ୍ରାଣାଳୟ ଦ୍ୱାରା ସମସ୍ତ ଲଘୁ ଅବଧି ପ୍ରଶିକ୍ଷଣ ଏବଂ ଦିର୍ଘ ଅବଧି ପ୍ରଶିକ୍ଷଣ ପାଠ୍ୟକ୍ରମରେ ଉଦ୍ୟମତା ପାଇଁ ଅନିବାର୍ଯ୍ୟ ମୋଡୁଲ ର ଶୁଭାରମ୍ଭ କରାଯାଇଛି, ଯାହାକୁ ନିସ୍ବଡ ସମର୍ଥନ କରୁଛି । ଏହା ମଧ୍ୟ ଅନିବାର୍ଯ୍ୟ ଅଟେ ଯେ ପ୍ରଧାନ ମନ୍ତ୍ରୀ କୌଶଳ ବିକାଶ ଯୋଜନା ଅନ୍ତର୍ଗତ ସମସ୍ତ ପ୍ରଶିକ୍ଷକ ନିସ୍ବଡ କିମ୍ବା ଆଇଆଇଇ ର ସାର୍ଟିଫିକେଟ ହାସଲ କରିବା ଜରୁରି ଅଟେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ