ଡ଼କାୟତି ଯୋଜନା ପଣ୍ଡ, ୮ ଗିରଫ, ବନ୍ଧୁକ, ବୋମା ଓ ଖଣ୍ଡା ଜବତ
ହିଞ୍ଜିଳିକାଟୁ, (ୱାଇଏନଏସ): ଗୁରୁବାର ବିଳମ୍ବିତ ରାତି ପ୍ରାୟ ୨ଟାରେ ହିଞ୍ଜିଳି ଥାନା ଗୋପିନାଥପୁର ବିଶ୍ରାମଗାର ପରିସରରେ ୮ଜଣ ଦୁବୃର୍ତ ଡ଼କାୟତି ପାଇଁ ଯୋଜନା କରୁଥିବା ବେଳେ କୌଣସି ସୁତ୍ରରୁ ଖବର ପାଇ ହିଞ୍ଜିଳି ପୁଲିସ ଅର୍ତକିତ ଚଢାଉ କରିଛି ଚଢାଉରେ ୮ ଜଣ ଦୁବୃର୍ତଙ୍କୁ ଗିରଫ କରିଥିବା ବେଳେ ଘଟଣା ସ୍ଥଳରୁ ୨ ଦୁବୃର୍ତ ପୁଲିସ ଆଖିରେ ଧୂଳିଛାଟି ଚମ୍ପଟ ମାରିବାରେ ସକ୍ଷମ ହୋଇଛନ୍ତି । ଗିରଫଙ୍କ ନିକଟରୁ ଗୋଟିଏ ୭.୬୫ ମିମି ରିଭଲବଲ, ଜୀବନ୍ତ ଗୁଳି, ବୋମା ସହ ବିଭିନ୍ନ ମାରଣାସ୍ତ୍ର ଜବତ କରିଛି । ଗିରଫ ମାନେ ହେଲେ ଆସିକା ଥାନା ପୁଡ଼ୁଗେଶ୍ୱରପଲ୍ଲୀ ଅଂଚଳର ସନାତନ ମହାନ୍ତି ଓରଫ ସନିଆ, କୋଟିନଡ଼ା ଅଂଚଳର କାଳୁ ଚରଣ ପାତ୍ର ଓରଫ କାଳିଆ, ଖଲ୍ଲିକୋଟ ଥାନା ନୂତନ ବ୍ରହ୍ମପୁର ଅଂଚଳର ନରହରି ପାଣ୍ଡି ଓରଫ ନରି, ତେନ୍ତୁଳିଆପଦା ଅଂଚଳର ମିଥୁନ ସାହାଣୀ, ଶିବ ଜାଲି, କାହ୍ନା ସାହାଣୀ, ଗାଙ୍ଗପୁର ଥାନା ବରତ ଗ୍ରାମର ଭଗବାନ ନାଇକ ଓ ପୋଲସରା ଥାନା ସୂର୍ଯ୍ୟନଗର ସାହିର ଜଜ୍ଞ ପ୍ରଧାନ । ଏ ନେଇ ହିଞ୍ଜିଳି ଥାନା କେଶ୍ ନଂ- ୧୯୭/୨୦ ଧାରା ୩୯୯,୪୦୨୨୫(ଆଇ-ବି,ଏ) ଓ ଆର୍ମ୍ସ ଏକ୍ଟ, ୪/୫ ଇଏସ ଏକ୍ଟରେ ମାମଲା ରୁଜୁ କରି ଶୁକ୍ରବାର କୋର୍ଟ ଚାଲାଣ କରାଯାଇଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି । ପ୍ରକାଶ ଯେ, ଗୁରୁବାର ରାତି ପ୍ରାୟ ୨ଟାରେ ୫୯ ନଂ ଜାତୀୟ ରାଜପଥ କୁକୁଡ଼ାଖଣ୍ଡି ବଡ଼କେନାଳ ନିକଟସ୍ଥ ଗୋପିନାଥପୁର ଗ୍ରାମ ବିଶ୍ରାମଗାର ପରିସରରେ କିଛି ଦୁର୍ବତ ଡ଼କାୟତି ଯୋଜନା ସକାଶେ ପ୍ରସ୍ତୁତ ହେଉଥିଲେ । କୌଣସି ସୁତ୍ରରୁ ଖବର ପାଇ ଥାନା ଆଇଆଇସି ଦାସଙ୍କ ନେତୃତ୍ୱରେ ପୁଲିସ ବାହୀନି ଅର୍ତକିତ ଚଢାଉ କରି ୮ ଜଣ ଦୁବୃର୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୭.୬୫ ମିମି ରିଭଲବଲ, ଜୀବନ୍ତ ଗୁଳି, ୨ଟି ଜୀବନ୍ତ ବୋମା, ୨ଟି ଖଣ୍ଡା, ୨ଟି ମୋଟର ସାଇକେଲ, ୫ଟି ବିଦେଶୀ ମଦ ବୋତଲ, ସିଗାରେଟ, ମରିଚ ଗୁଣ୍ଡ ଓ ୧୦ଟି ମୁଖା ଜବତ କରିଥିଲେ । ଗିରଫ ଦୁବୃର୍ତ ମାନେ ଡ଼କାୟତି କରିବା ପାଇଁ ଯୋଜନା ପ୍ରସ୍ତୁତ କରୁଥିବା ନେଇ ଥାନା ଆଇଆଇସି ଦାସଙ୍କ ନିକଟରେ ସ୍ୱୀକାର କରିଥିଲେ । ଚଢାଉରେ ଥାନା ଏସଆଇ ବାସୁଦେବ ଭୋଇ, ଏଏସଆଇ ରାଜନ ବିଷୋୟୀ, କନେଷ୍ଟବଳ ବସନ୍ତ ଉପାଧ୍ୟାୟ, ରାମଚନ୍ଦ୍ର ପ୍ରଧାନ, ବାବୁନା ନାୟକ, ଏଲିୟ ଭୁୟାଁ, ପାର୍ଥସାରଥୀ ଦଳାଇ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।