ଡ଼ାଇବେଟିସ୍ ରୋଗୀଙ୍କ ପାଇଁ ଉପକାରୀ କଦଳୀଫୁଲ
କଦଳୀଫୁଲକୁ ଡ଼ାଇବେଟିସ୍ ରୋଗୀ ସିଝାଇ କିମ୍ବା କଞ୍ଚା ଖାଇବା ଉଚିତ୍ । ଏହା ଦ୍ୱାରା ସର୍କରା ସ୍ତର କମ୍ ହୁଏ । ଶରୀରରେ ହିମୋଗ୍ଲୋବିନ ମାତ୍ରାକୁ ବଢ଼ାଏ । କାରଣ ଏହା ଫାଇବର୍ ଓ ଆଇରନ୍ରେ ଭରପୂର । ଏଥିରେ ଆଣ୍ଟିଅକ୍ସିଡ଼ାଣ୍ଟ ଗୁଣ ଥାଏ । ଯାହା କ୍ୟାନ୍ସର ପରି ରୋଗର ସମସ୍ୟାରେ ମଧ୍ୟ ସାହାଯ୍ୟ କରିଥାଏ । ଏହା ଗର୍ଭାଶୟର ସମସ୍ୟାକୁ ସମାଧାନ କରିବାରେ ସାହାଯ୍ୟ କରିଥାଏ । ସୁସ୍ଥ ଗର୍ଭାଶୟ ପାଇଁ କଦଳୀଫୁଲକୁ ଗୋଲମରିଚ ଓ ଜିରା ସହିତ ପାଣିରେ ଫୁଟାଇ ନିଅନ୍ତୁ ଓ ୧/୪ ଚାମଚ ହଳଦୀ ପାଉଡ଼ର ଓ ଲୁଣ ମିଶାନ୍ତୁ । ଏହି ପାଣିକୁ ପିଇଲେ ଗର୍ଭାଶୟର ସମସ୍ୟା ଦୂର ହୁଏ ।