ଡ଼ାକ୍ତର ଆଇନଜୀବୀଙ୍କ ସୁରକ୍ଷା ଦାବି ଦାବି କଲା ସିଟିଜେନ୍ସ ପାର୍ଟି
ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍) : ରାଜ୍ୟରେ ଡାକ୍ତର ଓ ଆଇନଜୀବୀଙ୍କ ଉପରେ ବାରମ୍ଭାର ଆକ୍ରମଣ ହେଉଥିବାରୁ ଇଣ୍ଡିଆନ୍ ସିଟିଜେନ୍ସ୍ ପାର୍ଟି ପକ୍ଷରୁ ସେମାନଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଆଇନ ପ୍ରଣୟନ କରିବାକୁ ଦାବି କରିଛନ୍ତି । ଡ଼ାକ୍ତର ଏବଂ ଆଇନ୍ଜୀବୀ ମାନଙ୍କୁ ଧମକ ଚମକ କଲେ କିମ୍ବା ଅଶ୍ଲୀଳ ଭାଷାରେ ଗାଳିଗୁଲକ କଲେ କିମ୍ବା ଦୁର୍ବ୍ୟବହାର କଲେ କିମ୍ବା ଆକ୍ରମଣ କଲେ ଏହାକୁ ଜାମିନି ବିହୀନ ଅପରାଧ ଭାବେ ଘୋଷଣା କରିବାକୁ ଏବଂ ଅପରାଧୀମାନଙ୍କୁ ସର୍ବନିମ୍ନ ୧୧ ବର୍ଷ ଜେଲ୍ ଏବଂ ୧୦ ହଜାର ଟଙ୍କା ଅର୍ଥଦଣ୍ଡ ବ୍ୟବସ୍ଥା କରିବାକୁ ଇଣ୍ଡିଆନ୍ ସିଟିଜେନ୍ସ୍ ପାର୍ଟି (ଆଇସିପି) ଦାବି କରିଛି । ଏଥିପାଇଁ ଏକ ଡ଼୍ରାଫ୍ଟ ବିଲ୍ ପ୍ରସ୍ତୁତ କରିବା ପାଇଁ ଡ଼ାକ୍ତର ଏବଂ ଆଇନ୍ଜୀବୀ ମାନଙ୍କ ଠାରୁ ଇଣ୍ଡିଆନ୍ ସିଟିଜେନ୍ସ୍ ପାର୍ଟି ମତାମତ ଆହ୍ୱାନ କରୁଛି । ମୋବାଇଲ୍ ନମ୍ବର ୮୪୮୦୨୬୬୦୦୩ରେ ଯୋଗାଯୋଗ ପାଇଁ ଅନୁରୋଧ କରାଯାଇଛି । ଇଣ୍ଡିଆନ୍ ସିଟିଜେନ୍ସ୍ ପାର୍ଟି (ଆଇସିପି) ସରକାର ଗଢିଲେ ଡ଼ାକ୍ତର ଏବଂ ଆଇନ୍ଜୀବୀ ମାନଙ୍କର ସୁରକ୍ଷା, ନିରାପତ୍ତା ଏବଂ ମର୍ଯ୍ୟାଦା ଶତପ୍ରତିଶତ ଅକ୍ଷୁର୍ଣ୍ଣ ରଖିବା ପାଇଁ ସ୍ୱତନ୍ତ୍ର ଆଇନ୍ ତୁରନ୍ତ ପ୍ରଣୟନ କରାଯିବ ବୋଲି ଇଣ୍ଡିଆନ୍ ସିଟିଜେନ୍ସ୍ ପାର୍ଟି ସଭାପତି ରମେଶ ଚନ୍ଦ୍ର ରାଉତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।