ଡ଼ାକ କର୍ମଚାରୀଙ୍କ ଦ୍ୱାୟିତ୍ୱହୀନତା ରେଜିଷ୍ଟ ଚିଠି ଗଂଜାମ ଥାନା ପରିବର୍ତେ ହିଂଜିଳି ଥାନାକୁ ଆସୁଛି
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ହିଂଜିଳିକାଟୁ ଡ଼ାକ ଘରେ ବହୁ ଅଜବ ଘଟଣା ଘଟୁଥିବାର ଦେଖିବାକୁ ମିଳୁଛି । ଡ଼ାକ କର୍ମଚାରୀଙ୍କ ଖାମଖିଆଲ ମନୋଭାବ ଯୋଗୁଁ ଗୋଟିଏ ରେଜିଷ୍ଟ ଚିଠି ଗଂଜାମ ଥାନାରେ ପଂହଚିବା ପରିବର୍ତେ ହିଂଜିଳି ଥାନାରେ ଆସି ପଂହଚିଛି । ଏଭଳି ଏକ ଘଟଣା ଗଂଜାମ ଜିଲ୍ଲା ହିଂଜିଳିକାଟୁ ଡ଼ାକଘରେ ଦେଖିବାକୁ ମିଳିଛି । ଗତ ୧୭ ତାରିଖରେ ହିଂଜିଳିକାଟୁ ପୌରାଂଚଳର ଜଣେ ବ୍ୟକ୍ତି ଏକ ଜରୁରୀ ଚିଠିକୁ ହିଂଜିଳି ଡ଼ାକଘରରୁ ରେଜିଷ୍ଟ ଡ଼ାକ (ନଂ- ଆରଓ ୯୬୫୧ ୫୯୩୬୫ ଆଇଏନ) ଯୋଗେ ଗଂଜାମ ଥାନକୁ ପଠାଇଥିଲେ । ଉକ୍ତ ରେଜିଷ୍ଟ ଚିଠି ୧୮ ତାରିଖରେ ହିଂଜିଳି ଥାନାରେ ଆସି ପଂହଚିଥିଲା । ରେଜିଷ୍ଟ ଚିଠିଟି ପଂହଚିବାରେ ବିଳମ୍ବ ଯୋଗୁଁ ପଠାଇଥିବା ସଂପୃକ୍ତ ବ୍ୟକ୍ତି ଜଣକ ଏହାର ଅନୁସନ୍ଧାନ କରିଥିଲେ । ଅନୁସନ୍ଧାନ ସମୟରେ ଜଣାପଡ଼ିଥିଲା ଯେ, ରେଜିଷ୍ଟ ଚିଠିଟି ଗଂଜାମ ଥାନାରେ ପଂହଚିବା ପରିବର୍ତେ ହିଂଜିଳି ଥାନରେ ପ୍ରଦାନ କରାଯାଇଛି । ଏ ନେଇ ହିଂଜିଳିକାଟୁ ଡ଼ାକ ବିଭାଗୀୟ ପୋଷ୍ଟମାଷ୍ଟର ରତିକାନ୍ତ ପଣ୍ଡାଙ୍କୁ ପଚାରିବାରୁ ସେ ନିଜ ମୁଣ୍ଡରୁ ଦୋଷ ହଟାଇବା ପାଇଁ ଚିଠି ପ୍ରେରଣ କରିଥିବା ବ୍ୟକ୍ତିଙ୍କୁ ଦାୟୀ କରିଥିଲେ । ପ୍ରଥମେ କହିଥିଲେ ସଂପୃକ୍ତ ବ୍ୟକ୍ତି ଜଣକ ଠିକଣା ଭୂଲ ଲେଖିଥିଲେ ଏବଂ ପରବର୍ତୀ ସମୟରେ ପ୍ରେରକ ଓ ପ୍ରାପ୍ତେଷୁ ଲେଖିବା ସ୍ଥାନ ଭୁଲ ରହିଥିଲା ବୋଲି ସଫେଇ ଦେଇଥିଲେ । ରେଜିଷ୍ଟ ଚିଠିକୁ ଦେଖିବା ବେଳକୁ ଠିକଣା ଓ ପ୍ରେରକ, ପ୍ରାପ୍ତେଷୁ ଲେଖିବା ସ୍ଥାନ ଠିକ୍ ରହିଥିଲା । ପରେ ସଂପୃକ୍ତ ପୋଷ୍ଟମାଷ୍ଟର ନିଜ ଦୋଷ ସ୍ୱୀକାର କରିଥିଲେ । ଗୁରୁବାର ଡ଼ାକ କର୍ମଚାରୀ ହିଂଜିଳି ଥାନାକୁ ଯାଇ ସଂପୃକ୍ତ ଚିଠିକୁ ଫେରାଇଆଣି ପୁଣି ଥରେ ଗଂଜାମ ଥାନକୁ ପ୍ରେରଣ କରି ଦିଆଯିବ ବୋଲି କହିଛନ୍ତି । ଡ଼ାକ କର୍ମଚାରୀଙ୍କ ଏଭଳି ଦ୍ୱାୟିତ୍ୱହୀନତା ଯୋଗୁଁ ବହୁ ସମୟରେ ଅତ୍ୟାବଶ୍ୟକ ଚିଠି ଗୁଡ଼ିକ ସଠିକ୍ ସମୟରେ ମିଳି ପାରୁନଥିବା ନେଇ ପୁର୍ବରୁ ବହୁବାର ଅଭିଯୋଗ ହୋଇଥିବା ଜଣାପଡ଼ିଛି । ଏ ଦିଗରେ ବିଭାଗୀୟ ଉଚ୍ଚ କର୍ତୁପକ୍ଷ ଦୃଷ୍ଟ ଦେଇ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଂଚଳର ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି ।