ଡ଼ାଲମିଆ ଭାରତ ଗ୍ରୁପ୍ ଓ ଓଡ଼ିଶା ସରକାରଙ୍କର ମିଳିତ ଉଦ୍ୟମରେ ବାତ୍ୟା ପ୍ରଭାବିତ ଅ•ଳରେ ରିଲିଫ୍ ପ୍ରଦାନ

ବାତ୍ୟା ପ୍ରଭାବିତ ଅ•ଳରେ ରିଲିଫ୍ ପ୍ରଦାନ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଡ଼ାଲମିଆ ଭାରତ ଗ୍ରୁପ୍ ଓ ଓଡ଼ିଶା ସରକାରଙ୍କର ମିଳିତ ଉଦ୍ୟମ ପୁରୀରେ ବାତ୍ୟା ପ୍ରଭାବିତ ୧୦,୦୦୦ରୁ ଅଧିକ ଲୋକଙ୍କୁ ପ୍ରତ୍ୟେକ ଦିନ ରନ୍ଧା ଖାଦ୍ୟ ଯୋଗାଇବା ପାଇଁ ରନ୍ଧନ ଶାଳାର ବ୍ୟବସ୍ଥା । ନିଜର ପ୍ରତିଶ୍ରୁତିକୁ ରକ୍ଷା କରି ଓଡ଼ିଶା ର ଥଇଥାନ କାର୍ଯ୍ୟପାଇଁ ବିଭିନ୍ନ ପଦକ୍ଷେପ । ଭୁବନେଶ୍ୱର ୧୫ମେ ୨୦୧୯- ଓଡ଼ିଶାରେ ଗୋଷ୍ଠୀଉନ୍ନୟନପ୍ରତି ଥିବା ନିଜର ପ୍ରତିଶ୍ରୁତିବଦ୍ଧତାକୁ ଦୋହରାଇ ଡ଼ାଲମିଆ ଭାରତ ଗ୍ରୁପ୍ ଓଡ଼ିଶା ରାଜ୍ୟ ସରକାର ଏବଂ ଜିଲ୍ଲା କର୍ତୃପକ୍ଷଙ୍କ ମିଳିତ ସହଯୋଗରେ ରାଜ୍ୟରେ ବାତ୍ୟା ଫନି ପରବର୍ତୀ ପୁନଃସ୍ଥାପନ ଯୋଜନାରେ ଅଂଶଗ୍ରହଣ କରିଛି । ବାତ୍ୟା ପ୍ରଭାବିତ ଅ•ଳରେ ଲୋକଙ୍କୁ ସୁସ୍ଥ ଖାଦ୍ୟ ଯୋଗାଇବା ପାଇଁ ପୁରୀଠାରେ ଏକ ରନ୍ଧନ ଶାଳା ପ୍ରସ୍ତୁତ କରି
ଏଠାରୁ ସୁଷମ ରନ୍ଧା ଖାଦ୍ୟ ପୁରୀ ଜନସାଧାରଣଙ୍କୁ ଯୋଗାଇ ଦିଆଯାଉଛି । ଏହି କାର୍ଯ୍ୟକ୍ରମକୁ ଅଧିକ ତ୍ୱରାନ୍ୱିତ
କରିବା ପାଇଁ କମ୍ପାନୀର କପିଳାସ କାରାଖାନାର ଏକ ଦଳ ପୁରୀଠାରେ ଅବସ୍ଥାପିତ ହୋଇ ସେଠାରେ ଖାଦ୍ୟ
ରନ୍ଧନର ବ୍ୟବସ୍ଥା କରୁଛନ୍ତି । ପ୍ରତ୍ୟେକ ଦିନ ୧୦,୦୦୦ରୁ ଅଧିକ ଲୋକଙ୍କୁ ଏହି ରନ୍ଧା ଖାଦ୍ୟ ଯୋଗାଇବାର
ବ୍ୟବସ୍ଥା କମ୍ପାନୀ ଦ୍ୱାରା କରାଯାଇଛି । ଶ୍ରୀ ପୁନିତ୍ ଡ଼ାଲମିଆ, ପରିଚାଳନା ନିର୍ଦ୍ଦେଶକ ଡ଼ାଲମିଆ ଭାରତ ଗ୍ରୁପ୍ ଏ ସମ୍ପର୍କରେ କହିଛନ୍ତି ଯେ, “ଓଡ଼ିଶା ସରକାରଙ୍କ ଅହରହ ପ୍ରଚେଷ୍ଟାରେ ବାତ୍ୟା ପରବ•ର୍ୀ ରିଲିଫ୍ ଓ ପୁନଃସ୍ଥାପାନ କାର୍ଯ୍ୟ ପ୍ରଶଂସନୀୟଭାବେ ଏବଂ ତୀବ୍ର ଗତିରେ ଚାଲୁଛି । ବିପର୍ଯ୍ୟୟ ପ୍ରସ୍ତୁତି କ୍ଷେତ୍ରରେ ଓଡ଼ିଶା ସାରା ବିଶ୍ୱରେ ଏକ ଅନନ୍ୟ ଏଦାହରଣ ହୋଇ ଉଭାହୋଇଛି । ଆମେ ଓଡ଼ିଶାର ଲୋକମାନଙ୍କ ଥଇଥାନ ପାଇଁ ଯଥା ସମ୍ଭବ ପ୍ରୟାସ ଜାରିରଖିବୁ । ଓଡ଼ିଶା ଓ ଏହାର ଜନସାଧାରଣଙ୍କ ପ୍ରତି ଆମେ ପ୍ରତିଶ୍ରୁତିବଦ୍ଧ । ଫନି ପରବ•ର୍ୀ ସମୟରେ ଓଡ଼ିଶା ଏକ ଶକ୍ତିଶାଳୀ ରାଜ୍ୟ ହୋଇ ଉଭାହେବବୋଲି ଆମର ଆଶା ଓ ବିଶ୍ୱାସ” ।ଗତ ଛଅ ଦଶନ୍ଧି ଧରି ଡାଲମିଆ ଗ୍ରୁପ ଓଡ଼ିଶାରେ ପୁଞ୍ଜିନିବେଶ କରି ଆସୁଛି । ଓଡ଼ିଶାରୁ ବଢି ରାଜ୍ୟବିକାଶରେ
ସହାୟକ ହୋଇଥିବା କମ୍ପାନୀ ମାନଙ୍କ ମଧ୍ୟରେ ଏହା ଅନ୍ୟତମ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ