ଡ଼ିଜିପି ଅଭୟଙ୍କ ନିକଟରେ ଆତ୍ମସମର୍ପଣ କଲେ ତିନି କ୍ୟାଡର ମାଓବାଦୀ

ଭୁବନେଶ୍ୱର, (ୱାଇଏନ୍‌ଏସ୍‌): ଡ଼ିଜିପି ଅଭୟଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ଛତିଶଗଡ଼ର ୩ ଜଣ କ୍ୟାଡର ମାଓବାଦୀ । ଏନେଇ ସୂଚନା ଦେଇଛନ୍ତି ପୋଲିସ ମହାନିର୍ଦ୍ଦେଶକ ଅଭୟ । ସେ କହିଛନ୍ତି ଯେ, ଆତ୍ମସମର୍ପଣକାରୀ ଏହି ୩ ମାଓବାଦୀ ମହାନଦୀ ଏରିଆ କମିଟିର ସଦସ୍ୟ ଥିଲେ । ୩ ଜଣ କନ୍ଧମାଳ ଜିଲ୍ଲା ସହିତ ଅନେକ ମାଓ ହିଂସାରେ ସାମିଲ୍ ଥିଲେ । ଏଥି ସହ ଡି଼ଜିପି ଅଭୟ ମାଓବାଦୀଙ୍କୁ ଆତ୍ମସମର୍ପଣ କରିବାକୁ ଓ ସମାଜରେ ମୁଖ୍ୟ ସ୍ରୋତରେ ସାମିଲ୍ ହେବାକୁ ଆହ୍ୱାନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ